ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ର ଜନ ସଂପର୍କ ପଦଯାତ୍ରା

ମ୍.ରାମପୁର,୨୩/୧୦(ମସୀହା): କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିଧାୟକ ଭୂପିନ୍ଦର ସିଂହ ନବୀନ ସରକାରଙ୍କ ଜନ ମଙ୍ଗଳ ଏବଂ ବିଭିନ୍ନ ଉନ୍ନୟନ ମୂଳକ ବିକାଶ ଯୋଜନା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଚଳାଇଥିବା ଜନ ସଂପର୍କ ପଦଯାତ୍ରା ରେ ଶନିବାର ମ.ରାମପୁର ବ୍ଲକ ର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଡୁଡକାରଞ୍ଜା ଠାରୁ ଏହି ପଦ ଯାତ୍ରା ଆରମ୍ଭ କରି ବାରବନ୍ଧା ପଞ୍ଚାୟତ ଦେଇ ସାଲେପାଲି ପଞ୍ଚାୟତରେ ପଦଯାତ୍ରା ସମାପନ କରିଥିଲେ l ମ.ରାମପୁର ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଶତପଥୀ ଙ୍କ ନେତୃତ୍ୱରେ ଚାଲିଥିବା ପଦ ଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ସାମିଲ ରହିଥିବା ବେଳେ ଏହି ପଦ ଯାତ୍ରା ରେ ବିକାଶ ରଞ୍ଜନ ସିଂହଦେଓ, ଭବାନୀ ଶଙ୍କର ସାହୁ, ସତ୍ୟନାରାୟଣ ସାହୁ, ପ୍ରଦୀପ ପାଣିଗ୍ରାହୀ,ଭଗବାନ୍ ଭୋଇ, ଚନ୍ଦ୍ରହାସ୍ୟ ଧଙ୍ଗଡାମାଝି ପ୍ରମୁଖ ସାମିଲ ରହିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଅଁଳା ଯୋଡ଼ି ରେଳ ଷ୍ଟେସନରେ ବିଦ୍ୟୁତ୍ ସ୍ପର୍ଶରେ ନାବାଳକ ଗୁରୁତର

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଅଶୋକ କୁମାର ନାୟକ ଙ୍କ କବିତା ମଣିଷ

Sunil Chandra Nayak

କବିତା – ଜୀବନେ ସତ୍ୟ ଟି ଏହି

Sunil Chandra Nayak

Leave a Comment

error: Content is protected !!