ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ଶୁଭ ଦୀପାବଳି

 ଶୁଭ ଦୀପାବଳି

ପ୍ରତିମା ଶତପଥି

ପୁଣ୍ୟ କାର୍ତ୍ତିକର ଅମାବାସ୍ୟା ରାତ୍ରୀ
       ଦୀପାବଳି ନାମେ ଖ୍ୟାତ
ପୁର ପଲ୍ଲୀ, ଗ୍ରାମ, ନଗର, ସହରେ
       ଦୀପ ଜ୍ୟୋତି ପ୍ରଜ୍ବଳିତ.
ଘରେ ଘରେ ଏହି ପର୍ବକୁ ପାଳନ
        କରନ୍ତି ଯେ ସର୍ବ ଜନ
ବିଭିନ୍ନ ପ୍ରକାର ପିଠା, ମିଠା ସହ
       ହୁଏ ସୁସ୍ୱାଦୁ ବ୍ୟଞ୍ଜନ.
ରଙ୍ଗ, ବେରଙ୍ଗର ଆଲୋକରେ ସଜ୍ଜା
     ହୋଇଥାଏ ଘର ଦ୍ୱାର
ଜ୍ଞାନର ପ୍ରଦୀପ, ଅଜ୍ଞାନ ଅନ୍ଧାର
       କରି ଦେଇଥାଏ ଦୂର.
ଘରେ ଘରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ
       ହର୍ଷ ମନରେ କରନ୍ତି 
କାଉଁରିଆ କାଠିରେ ନିଆଁ ଲଗାଇ
      ବଡ଼ ବଡୁଆ ଡାକନ୍ତି.
ମାଆ ଶ୍ୟାମାକାଳୀ ଙ୍କର ପୂଜା ହୁଏ
       ଷୋଡଶ ଉପଚାରରେ
ତମସା ହଟାଇ ଜ୍ଞାନ ପ୍ରଜ୍ବଳିତ 
       ହେବ ମାନବ ଙ୍କ ଠାରେ.
ପ୍ରଭୁ ରାମଚନ୍ଦ୍ର, ବନରୁ,ଅଯୋଧ୍ୟା
       ଏହି ଦିନ ଫେରି ଥିଲେ
ପ୍ରତି ଦ୍ୱାରେ ଘୃତ ଦୀପ ପ୍ରଜ୍ବଳନ
      ନଗ୍ର ବାସୀ କରିଥିଲେ.
ବୈଜ୍ଞାନିକ ମତେ କ୍ଷେତ ରୁ କୀଟ ଓ
       ପୋକ ବିନାଶନ ପାଇଁ
ଆଲୋକ ଶିଖାରେ ପତଙ୍ଗ ମରିବେ
      ଶସ୍ୟର ସୁରକ୍ଷା ହୋଇ.
ପିଲାଙ୍କର ଖୁସି କହିଲେ ନ ସରେ
       ଆନନ୍ଦିତ ମନ ପ୍ରାଣ
ପିଠା, ମିଠା, ଖାଇ, ସାଙ୍ଗ ସାଥି ହୋଇ
       ଫୁଟାନ୍ତି ବିଭିନ୍ନ ବାଣ.
ଝର ଝରି ଆଉ ଧପ ଧପି ଜାଳି
       ଚକିରି ବାଣକୁ ମାରି
ଖେଳ କୌତୁକରେ, ମଜ୍ଜି ଯାଇଥାନ୍ତି
       ହସୁଥାନ୍ତି କିରି କିରି.
ବାଣ ରେ ବାରୂଦ ଭରି ରହିଅଛି
      ଶରୀର ପାଇଁ ଅହିତ
ରାସାୟନିକ ବାଣ ଫୁଟା ଅଟଇ
      ସଂସାର ପାଇଁ ବିଷାକ୍ତ 
ତାଳଫୋଟକା, ରକେଟ ବାଣ ଆଉ
       ତା ସଙ୍ଗରେ କୁମ୍ପି ବାଣ
ଫୁଟାଇବ ନାହିଁ କେହି ପିଲାମାନେ
       ବଡ଼ ଭୟଙ୍କର ଜାଣ.
ବାଣ ବିସ୍ଫୋରଣ, ବହୁତ ବିପଦ
      ନାଶଇ ଜନ ଜୀବନ  
ଆଲୋକ ର ପର୍ବ ଅଟେ ଦୀପାବଳି 
        ଆନନ୍ଦେ କର ପାଳନ.
ଦୀପ ଠାରୁ ଶିଖ, ଆଲୋକ ପ୍ରଦାନ
        ଅନ୍ୟର ମଙ୍ଗଳ କର
ମନୁଷ୍ୟ ଜୀବନ ସାର୍ଥକ ହୋଇବ
       କରି ପର ଉପକାର.

      ଜିଲ୍ଲା,, ଯାଜପୁର..

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ମଧୁ ବାବୁ ଜୟନ୍ତୀ ଓ    ଓକିଲ ଦିବସ ପାଳିତ

Sunil Chandra Nayak

ଖଡ଼ିଆଳ ମହୋତ୍ସଵ ପାଇଁ  ଶୁଭ ସ୍ତମ୍ଭ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!