ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାନକୀ ମହାନ୍ତ ଙ୍କ କବିତା ଦିବ୍ୟ ଦୀପାବଳି

  ଦିବ୍ୟ ଦୀପାବଳି

 ‌   (ରାଗ-ଚୋଖି)
     

     ଜାନକୀ ମହାନ୍ତ

ଆସିଛି ଦୀପ’ ପରବ
ସଂସ୍କୃତି ମହା ପରବ 
ଦୀପାବଳି ମୋ ପରବ… ଦିବ୍ୟ ପରବ 
ଜାଳିବା ଖୁସିର ଦୀପ
ଜାଳିବା ଈର୍ଷାର ତାପ
ପାବନ ଭାରତ ‘ଦ୍ଵୀପ…ଆମ ଗରବ
ମାଆ ଲକ୍ଷ୍ମୀ ମୁହିଁ ନିଷ୍ପାପ
ପଦ୍ମାଳୟା ହେଉ ମୋତେ ଲେଖନୀ ପ୍ରାପ୍ୟ।।୧।।
ଶ୍ରୀରାମ ବନରୁ ଆସି
ପୁଷ୍ପକ ବିମାନେ ବସି
ଅଯୋଧ୍ୟାପୁରରେ ହସି…ପ୍ରବେଶି ରାମ
ବନବାସ ଶେଷ କରି
ଜାନକୀଙ୍କୁ ସାଥେ ଧରି
ଲକ୍ଷ୍ମଣଙ୍କ ସହ ଫେରି…ପୁରୁଷୋତ୍ତମ
ଆଗମନେ କରେ ଗୁହାରି
କରୁଛନ୍ତି ପିତାସ୍ମରି ମାତାଙ୍କୁ ଧରି।।୨।।
ଦୀପାବଳି ଏହି ଦିନ 
ସ୍ୱ।ଗତ ଜଣାନ୍ତି ଜନ
ଗୃହେ ହୁଏ ଗଜାନନ….ଲକ୍ଷ୍ମୀ ପୂଜନ,
ବାଣ ଫୁଟାଇବା ନାହିଁ
ପ୍ରକୃତିର ରକ୍ଷା ପାଇଁ
ପରିବେଶ ରକ୍ଷା ନେଇ…କରି ଚିନ୍ତନ
ଚାଇନା ବାଣ କିଣିବାନି
ରଙ୍ଗ ଲାଇଟ କିଣିବାନି
ମାଟି ଦୀପ ଜାଳି ସିଞ୍ଚିବା ସଞ୍ଜିବନୀ।।୩।।
ନରକ ରାକ୍ଷସ ବଦ୍ଧ
ଶ୍ରୀକୃଷ୍ଣ କରିଲେ ବଧ
ନର୍କ ଚତୁର୍ଦ୍ଦଶୀ ବଦ୍ଧ…ଏ ବିଧିବଦ୍ଧ
କୃଷ୍ଣ ସତ୍ୟଭାମା ପାଇଁ
ପାରିଜାତ ପୁଷ୍ପ ନେଇ
ସତେ ସେ‌ମର୍ତ୍ତ୍ୟରେ ଯାଇ… ରଚିଲେ ଯୁଦ୍ଧ
ଧନତ୍ରେର୍ସ ପର୍ବ ପଡ଼ଇ
ସୁବର୍ଣ୍ଣର କ୍ରୟେ ଦିବ୍ୟଲାଭ ମିଳଇ।।୪।।
ଉଲ୍ଲାସ ମନରେ ଆସ
ଜଳାଇବା ଦୀପ ଆସ
ମିଠା ବଚନ ଗୋ ଭାଷ…ଧରନି ଦୋଷ
ପିଠାପଣା ହର୍ଷୋଲ୍ଲାସ
ପିତୃଶ୍ରାଦ୍ଧେ ଦିବ୍ୟହସ
କାଳୀପୂଜା ଅମାବାସ…ଏହି ଦିବସ
ସବୁ ହଜିଯିବା ଆସରେ 
ମଜ୍ଜିଯିବା ଭିଜି ଯିବା ଭକ୍ତି ରସରେ।।୫।।
     

 ରାଜ୍ୟ ଉପ-ସଭାପତି

 ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର,ଓଡ଼ିଶା
 ବେଙ୍ଗାଲୁରୁ,କର୍ଣ୍ଣାଟକ

Related posts

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

Sunil Chandra Nayak

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଓକିଲ ଇନ୍ଦ୍ରଜିତ ସେନଗୁପ୍ତ ଆରପାରିରେ

Sunil Chandra Nayak

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!