ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମାଗୁ ଅଛି ପ୍ରଭୁ ଶରଣ

ମାଗୁ ଅଛି ପ୍ରଭୁ ଶରଣ

ଉପେନ୍ଦ୍ର କୁମାର ବସ୍ତିଆ

 
ଯେତେ ଦୁଃଖ ଅଛି ଦିଅମୋତେ ପ୍ରଭୁ 
  ସହିବାକୁ ଦିଅ ଶକତି ମନେ 
ମୁଖେ ଫୁଟୁ ଥାଉ ବିପଦେରେ ହସ  
ଲୁହ ପଛେ ବୋହୁ ଥାଉ ନୟନେ। 
ହୃଦୟରେ ଭରି ଦିଅନ୍ତୁ ଭକତି 
  ପଥର ତରଳି ବହିବ ପାଣି 
ଭକତି ଭାବରେ ତୁମକୁ କନ୍ଦେଇ
  ମନକୁ ତୁମ୍ଭର ପାରିବି ଜିଣି ।
ମନ ମୋର କେବେ ବିମୁଖ ନ ହେଉ 
ତୁମ ଠାରୁ ଏଇ ଜୀବନେ ଆଉ 
ଯେତେ ଝଡଝ୍ଞ୍ଜା ଆସୁ ଥାଉ ପଛେ 
ଶ୍ରୀ ରଙ୍ଗା ଚରଣେ ମୋ ମନ ଥାଉ ।
ଜୀବନରେ କେବେ ନ ଆସୁ ମୋହର 
ପରପାଇଁ ମନେ ମନ୍ଦ ଭାବନା 
ଚାଲିଗଲେ ପଛେ ଯାଉ ଏ ପରାଣ
ଭକତିରେ ତୁମ ନ ହେଉ ଊଣା ।
କୁବେର ଭଣ୍ଡାର ଲୋଡା ନାହିଁ ମୋର 
ମାଗୁଅଛି ଖାଲି ଶରଣ ପାଦେ 
ଜୀବ ଛାଡ଼ିଯାଉ ତୁମ ନାମ ଜପି 
ଯମ ଦଣ୍ଡ ଆଉ ନ ଲାଗୁ ମୋତେ ।

   ରାଉରକେଲା

Related posts

ପୌର ନିର୍ବାଚନ ପ୍ରଚାରକୁ ଜୋରଦାର କଲେ ବିଜେପି -ବିଜେଡି ଦଳ

Sunil Chandra Nayak

ଧର୍ମଗଡ ବ୍ଲକ ବେହେରା ଠାରେ ସାମାଜିକ ସମରସତା ଅଭିଯାନ ଉଦଘାଟିତ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

Leave a Comment

error: Content is protected !!