ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁଭ ଦୀପାବଳୀ

 ଶୁଭ ଦୀପାବଳୀ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଶୁଭ ଦୀପାବଳୀ ସୁଖ ଦେଉ ଢାଳି
ଅଜ୍ଞାନତା ହେଉ ଦୂର
ସଦା ପ୍ରକାଶିତ ହେଉ ଏ ଜଗତ
ମିନତି ବିଭୁ ପୟର
ସୁଖ ,ଶାନ୍ତି ଓ ସମୃଦ୍ଧି,
ସଭିଙ୍କୁ ପ୍ରାପତ ହେଉ ଏ ଧରାରେ
ଅନ୍ତର ଢାଳେ ପ୍ରଣତି ll
କେବେ ଅସହାୟ ନ ହେଉ ହୃଦୟ 
ଅନ୍ତର ବେଦନା ବହି
ସଦା ପ୍ରଫୁଳିତ ରଖୁଥାନ୍ତୁ ଚିତ୍ତ
ସଭିଙ୍କର ଭାବଗ୍ରାହୀ
ଅସଦାଚରଣ ଯେତେ,
ଜ୍ଞାନ ଆଲୋକରେ ପୂର୍ଣ୍ଣ ସଦାଚାରେ
ବଦଳାଇଦ୍ୟନ୍ତୁ ସତେ !!
ସରଗର ଶିରୀ ଭାଗ୍ୟରେ ସବୁରି
ଢ଼ାଳି ସେହି ନିରାକାର
ଗୁଣରେ ସ୍ୱର୍ଗୀୟ କରି ମଧୁମୟ
ନେଇଯାନ୍ତୁ ଅହଂକାର
ଶୁଭ ଦୀପାବଳୀ ଜାଳି,
ଶୁଭ ଭାବନାରେ ଭକତି ଅନ୍ତରେ 
ଜଣାଉଛି ବନମାଳି ll
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 

ଫୁଲବାଣୀ, କନ୍ଧମାଳ

Related posts

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

ବିହାରୀ ଦଲାଲ ଙ୍କ କବଜ୍ଜାରେ ତିନି ଓଡ଼ିଆ ଝିଅ କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ଲକ୍ ଅଧ୍ୟକ୍ଷା ଙ୍କ ଦୃଢ଼ ପଦକ୍ଷେପ 

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

Sunil Chandra Nayak

Leave a Comment

error: Content is protected !!