ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀପାବଳୀ ଓ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡି ମହାଯଜ୍ଞ

 ଭବାନୀପାଟଣା -/  ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ ପବିତ୍ର ଦୀପାବଳୀ ଓ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଚଣ୍ଡି ମହାଯଜ୍ଞ ଆୟୋଜିତ ହୋଇଛି। ଯଜ୍ଞର ଆଚାର୍ଯ୍ୟ ନାରାୟଣ ମିଶ୍ର ଙ୍କ ତତ୍ୱବାଧାନ ରେ ଆୟୋଜିତ ଏହି ଚଣ୍ଡି ମହାଯଜ୍ଞ ରେ ନିରଞ୍ଜନ ଦାସ ଚଣ୍ଡୀପାଠ, ସତ୍ୟ ନାରାୟଣ ମହାପାତ୍ର ଶିବ ସହସ୍ର ନାମ, ବିଭୁତି ଭୂଷଣ ରଥ ସିଦ୍ଧ ବିନାୟକ, ଡ଼ ତପନ ରଥ ଵିଷ୍ଣୁ ସହସ୍ର ନାମ ଓ ଆଦିତ୍ୟ ଖମାରୀ ସ୍ୱସ୍ତିବାଚକ ଦାୟିତ୍ୱ ତୁଲାଇଥିଲେ। କ୍ଷେତ୍ର ମୋହନ ଯୋଶୀ ଓ ତାଙ୍କ ଧର୍ମପତ୍ନୀ ସୌଭାଗ୍ୟ ମଞ୍ଜରୀ ଯୋଶୀ ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜାରୀ ସଂଜୀବ ଯୋଶୀ ଦେବୀଙ୍କ ଜନ୍ମ ମହୋତ୍ସବ ପୂଜା କରିଥିବା ବେଳେ ପୂଜକ ପ୍ରଭାକର ତ୍ରିପାଠୀ ମନ୍ଦିର ରେ ଦେବୀଙ୍କ ପଞ୍ଚମକାର ଅର୍ଚନା କରିଥିଲେ।  କ୍ଷୀରୋଦ ପ୍ରସାଦ ନେଗୀ,ଅଶୋକ ମହାପାତ୍ର, ଶକ୍ତି ପ୍ରସାଦ ଯୋଶୀ, ଶରତ କୁମାର ଦାସ, ବାବୁ ପାଣିଗ୍ରାହୀ,ସୂର୍ଯ୍ୟ ନାରାୟଣ ବିଶି ପ୍ରମୁଖ ଯଜ୍ଞ ଆୟୋଜନ ରେ ସହଯୋଗ କରିଥିଲେ। ବିଳମ୍ବିତ ରାତ୍ରୀ ଯାଏଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା।

ସତ୍ୟ ନାରାୟଣ ମହାପାତ୍ର , ଭବାନୀପାଟଣା 

Related posts

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମୋତ୍ସବ ତଥା ଭାରତର ପଞ୍ଚସ୍ତରୀ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ରିଷିଡା ସ୍ଥିତ ମା’ ତାରିଣୀ ପୀଠରେ ଝାମୁଯାତ୍ରା ଓ ପଣା ସଂକ୍ରାନ୍ତି ପାଳିତ

Sunil Chandra Nayak

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

Leave a Comment

error: Content is protected !!