ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

ବୌଦ୍ଧ – 24/10 – ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଅଞ୍ଚଳର ଟ୍ରାକ୍ଟର ମାଲିକ ସଂଘ କଣ୍ଟାମାଳ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ମତେ , କଣ୍ଟାମାଳ ତହସିଲ ଅନ୍ତର୍ଗତ ପଲସାଗୋରା ଅଞ୍ଚଳର ଟ୍ରାକ୍ଟର ମାଲିକ ମାନେ ନିକଟସ୍ଥ କିର୍ଲା ତେଲନଦୀ ଘାଟରୁ ବାଲି ଆଣି ଅଞ୍ଚଳର ଲୋକମାନଙ୍କୁ ଘର ତିଆରି ପାଇଁ ଯୋଗାଉଛନ୍ତି । କିନ୍ତୁ ଏହି ବାଲି ଘାଟର ନିଲାମଧାରି ବ୍ୟକ୍ତି ଜଣକ ଏହି ଟ୍ରାକ୍ଟର ମାନଙ୍କ ଠାରୁ ନିଲାମ ଟଙ୍କା ଅସୁଲ କରି କୌଣସି ରସିଦ ଦେଉନାହାନ୍ତି । ଯାହା ଫଳରେ ଟ୍ରାକ୍ଟର ମାଲିକ ମାନେ ବେଳେ ବେଳେ ରାଜସ୍ବ ନୀରିକ୍ଷକ ଓ ତହସିଲଦାରଙ୍କ ହାବୁଡ଼ରେ ପଡ଼ି ମୋଟା ଅଙ୍କର ଟଙ୍କା ଜୋରିମାନା ଗଣୁଛନ୍ତି । ଆଉ ବେଳେବେଳେ ଜୋରିମାନା ଦେଇ ନ ପାରିଲେ ତହସିଲଦାର ମହାଶୟ ଟ୍ରାକ୍ଟର ମଧ୍ୟ ଜବତ କରୁଛନ୍ତି । ତେଣୁ ରସିଦ ନ ଦେବା ଦ୍ୱାରା ସରକାରଙ୍କ ଖୋଲାଖୋଲି ରାଜସ୍ବ ହାନି ହେଉଥିବା ନେଇ ଟ୍ରାକ୍ଟର ମାଲିକ ମାନେ କଣ୍ଟାମାଳ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେଣୁ ବିନା ରସିଦରେ ବାଲି ରୟାଲିଟି କାଟୁଥିବା ଲୋକଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାର ସମାଧାନ ସହ ଆବଶ୍ୟକୀୟ ରସିଦ ଯୋଗାଇ ଦେବାକୁ ସଂଘର ସଦସ୍ୟ ମାନେ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି । ଏ ବିଷୟରେ କଣ୍ଟାମାଳ ତହସିଲଦାର କଣ୍ଠ ମଲ୍ଲିକଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସଂଘର ସଭାପତି ସୀତିକଣ୍ଠ ମିଶ୍ର ( ମୁନା ) , ସୁଶୀଲ କୁମାର ପ୍ରହରାଜ , ରାମ ସେଠୀ , ଅଜିତ୍ କୁମାର ପ୍ରଧାନ , ଗୋପାଳ ମିଶ୍ର , ଜ୍ଞାନ ରଞ୍ଜନ ମହାପାତ୍ର , ଜୀତେନ୍ଦ୍ର ପୁଟେଲ , ସରୋଜ କୁମାର ଗୁରୁ , ନରେଶ ଚନ୍ଦ୍ର ଦଳବେହେରା , ସନ୍ଦୀପ ବିଶ୍ବାଳ , ଅଶୋକ କୁମାର ପ୍ରଧାନ , ଧ୍ରେନ୍ ନାଏକ , ଆର୍ତ୍ତତ୍ରାଣନାଗ , ହେମନ୍ତ ନାଗ ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

ରାଜକୋଟ୍ ର ମୁରବି ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!