ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏ.ଆଇ.ଟି.ୟୁ.ସିର ରାଜ୍ୟ ସମ୍ମିଳନୀକୁ ସଫଳ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା/ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ (ଏ.ଆଇ.ଟି.ୟୁ.ସି) ର ୧୩ତମ ରାଜ୍ୟ ସମ୍ମିଳନୀ ଆସନ୍ତା ନଭେମ୍ବର ମାସ ୧୧ ରୁ ୧୩ ପର୍ଯ୍ୟନ୍ତ ତିିନି ଦିନ ଧରି ପ୍ରଥମ ଥର ପାଇଁ ସୁନ୍ଦରଗଡ ଜିଲ୍ଲାର ଇସ୍ପାତ ନଗରୀ ରାଉରକେଲାରେ ସହରରେ ଅନୁଷ୍ଠିତ ହେବ। ଓଡିଶାର ବିଭିନ୍ନ ଶ୍ରମିକ କର୍ମଚାରୀମାନଙ୍କର ସଂଗଠନରୁ ୫୦୦ରୁ ଉର୍ଦ୍ଧ୍ବ ଲଢୁଆ, ସଂଗ୍ରାମୀ ଶ୍ରମିକ ସାଥୀ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରି ଶ୍ରମିକମାନଙ୍କ ସମସ୍ୟା ସହ ଜାତୀୟ ଓ ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ସାଧାରଣ ମଣିଷ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବେ । ତା ସହ ଆକାଶ ଛୁଆ ଦରଦାମ ବୃଦ୍ଧି, ଆଂଚଳିକତାବାଦ, ଜାତିବାଦ, ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ ଓ ବିକ୍ରି, କେନ୍ଦ୍ରସରକାରଙ୍କ ମାଲିକ ସପକ୍ଷବାଦ ଶ୍ରମ ଆଇନ୍ ସଂଶୋଧନ ବିରୁଦ୍ଧରେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ଉପରେ ଆଲଲୋଚନା ହୋଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ହରିବନ୍ଧୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଥୀ ପଶୁପତି ନାଥ ଚାଟାର୍ଜିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏ.ଆଇ.ଟି.ୟୁ.ସି ର ଜିଲ୍ଲା ସମ୍ପାଦକ ସଦାନନ୍ଦ ସାହୁ ବିଗତ ଦିନର କାର୍ଯ୍ୟକ୍ରମ ଓ ସମ୍ମିଳନୀକୁ ସଫଳ କରିବା ପାଇଁ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ । ରାଜ୍ୟ ସଭାପତି ଅଶୋକ ଦାସ ଓ ରାଜ୍ୟ ସମ୍ପାଦକ ପ୍ରଦୋଶ କୁମାର ମହାନ୍ତି ଯୋଗଦେଇ କହିଥିଲେ ପଂଜାବ କେଶରୀ ଲାଲା ଲଜପତ୍ ରାୟଙ୍କ ସଭାପତିତ୍ବରେ ୧୯୨୦ରେ ଜନ୍ମଲାଭ କରିଥିବା ଏ.ଆଇ.ଟି.ୟୁ.ସି ଆଜି ସଂଗ୍ରାମ, ତ୍ୟାଗ ଓ ବଳିଦାନର ୧୦୩ ବର୍ଷ ଅତିକ୍ରାନ୍ତ କରିଛି। ପଣ୍ତିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଦେଶ ପ୍ରେମୀ ଚିତରଂଜନ ଦାସ, ଏନ୍.ଏମ୍. ଜୋଶୀ, ଏସ୍‌. ଏ. ଡାଙ୍ଗେ, ଇନ୍ଦ୍ରଜିତ ଗୁପ୍ତା, ଗୁରୁଦାସ ଦାଶଗୁପ୍ତା ପ୍ରମୂଖ ବହୁନେତାଙ୍କ ବଳିଷ୍ଠ ନେତୃତ୍ବରେ ଦେଶର ସ୍ବାଧିନତା ସଂଗ୍ରାମ ଓ ଶ୍ରମିକ ଆନ୍ଦୋଳନରେ ଏ.ଆଇ.ଟି.ୟୁ.ସି ପ୍ରମୂଖ ଭୁମିକା ନେଇଛି। ଆସନ୍ତା ୩୧ ତାରିଖ ଏ.ଆଇ.ଟି.ୟୁ.ସିର ୧୦୪ତମ ପ୍ରତିଷ୍ଠା ଦିବସ ସାରା ଜିଲ୍ଲାରେ ପାଳନ କରିବା ପାଇଁ ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀକୁ ସଫଳ କରିବା ପାଇଁ ଏ.ଆଇ.ଟି.ୟୁ.ସିର ସାଥୀମାନଙ୍କୁ ଆହ୍ବାନ ଦେଇଥିଲେ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିବସରେ ଶ୍ରମିକ, କର୍ମଚାରୀଙ୍କୁ ଏକ ବର୍ଣ୍ଣାଢ଼ ଶୋଭାଯାତ୍ରା ସେକ୍ଟର–୨ ବସଷ୍ଟାଣ୍ତରୁ ବାହାରି ଟେଲିଫୋନ ଭବନ ପଡିଆ ଠାରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶକୁ ଏ.ଆଇ.ଟି.ୟୁ.ସିର ଜାତୀୟ ସଭାପତି ସାଥୀ ରମେନ୍ଦ୍ର କୁମାର, ସାଧାରଣ ସଂପାଦିକା ସାଥୀ ଅମରଜୀତ କୌର, ରାଜ୍ୟ ସଭାପତି ସାଥୀ ଅଶୋକ ଦାସ, ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ତା, ଷ୍ଟିଲ ଫେଡେରେସନର ନେତା ସାଥୀ ବିଦ୍ୟାସାଗର ଗିରି, ରାଜ୍ୟ ଉପସାଧାରଣ ସମ୍ପାଦକ ସାଥୀ ବିଜୟ ଜେନା ଓ ସାଥୀ ଅନିତ ଚକ୍ରବର୍ତ୍ତୀ ସମେତ ବହୁ ରାଜ୍ୟ ଓ ଜିଲ୍ଲା ନେତୃତ୍ବ ଉଦ୍‌ବୋଧନ ଦେବେ । ଏହି ସମ୍ମିଳନୀ ସଫଳତା ପାଇଁ ଅଂଚଳର ସମସ୍ତ ଜନଗଣ, ଶ୍ରମିକ, କର୍ମଚାରୀ ଓ ବୁଦ୍ଧିଜିବୀ ଆର୍ଥିକ, ନୈତିକ ଓ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିବା ସଂଗେ ସଂଗେ ସାଧାରଣ ସଭାରେ ବହୁସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଇଛି । ଆଜିର ଏହି ବୈଠକରେ ରମେଶ ସେଠୀ, କୃତିବାସ ନାୟକ, ପ୍ରମୋଦ ବେହେରା, ସବ୍ୟସାଚି ନାୟକ, ଭାଗ୍ୟଧର ରାଉତ, ଦଶରୁ କିଶାନ, ମହେଶ୍ବର ଦୀପ, ପଞ୍ଚାନନ ସୁନା, ଅପର୍ଣ୍ଣା ରାଉତରାୟ, ଭିଜିଲା ଲାକ୍ରା, ସୁରେନ୍ଦ୍ର ବାହାଲ, ବିନୋଦ ବାଗ୍‌ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉରେ ଆଲୋଚନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସସ୍ମିତେଶ ସାହୁ ଙ୍କ କବିତା ସଂଧ୍ୟା

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ଜଣା ଅଜଣା.. ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

Sunil Chandra Nayak

Leave a Comment

error: Content is protected !!