ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ମୁଁ ଏକା ତୁମର 

   ମୁଁ ଏକା ତୁମର 

  

      ଅବିନାଶ ମହାପାତ୍ର 

   
   ବାଟ ଚାହିଁ ଆଜି ବସିଛି ମୋ ପ୍ରିୟା
         ଫୁଲରେ ସଜେଇ ହୋଇ
   ପାଟ ଶାଢ଼ୀ ସଙ୍ଗେ ପାଦରେ ଅଳତା
         ହାତରେ ମେହେନ୍ଦି ନାଇ l(0)
    ଆସି ବକି ତାର ପ୍ରାଣ ପ୍ରିୟତମ
         ସପନ ରାଇଜ ରଜା 
     ପୁରି ଯିବ ସବୁ ଆଶା ଅଭିଳାଷ
          ବାଜିବ ମହୁରୀ ବାଜା l(1)
     କିଏ ହେବ ତାର କାହାର ସେ ଭାଗ୍ୟ 
         କପାଳରେ ଲେଖା ଯାହା
     ଆସୁ ଝଡଝଞ୍ଜା କାଳର ବୈଶାଖୀ
         କଥା ଦେଲି ହେବି ବାହା l(2)
     ଖୋଲା ରଖିଛିସେ ମୋପାଇଁ ଦୁଆର
         ଚାହିଁଛି ସେ ମୋର ବାଟ
     ସପନରେ ଯିବି ସୌଦାଗର ସାଜି
         ତା ସାଥେ କରିବି ଭେଟ l(3)
     ରାଜଯୋଗ ସଙ୍ଗେ ମଙ୍ଗଳ ଲଗନେ
         ହାତଗଣ୍ଠି ଦେଇ ହାତେ
     ବେଦୀ ହୋମ ନିଆଁ ଦଶ ଦିଗପାଳ
           ସାକ୍ଷୀ ରହିଥିବେ ସତେ l(4)
      କୁଆଁରୀ ଜୀବନ ଭୁଲିବ ସେଦିନ
           ସାଜିବ ସେ ନବବଧୂ
     ସବୁ ସୁଖ ଦୁଃଖ ସାଥିରେ ବାଣ୍ଟିବ
           ସତେକି ଝରିବ ମଧୁ l(5)
     ସଜ ଶେଫାଳିର ପସରା ମେଲାଇ
          ଚୁପି ଚୁପି ଆସି ପାଶେ
     ଚିବୁକରେ ଆଙ୍କି ଓଠରେ ଚୁମ୍ବନ 
         ବାନ୍ଧିଦେଇ ପ୍ରେମ ଫାଶେ l (6)
 

     ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ 

         

Related posts

ଶ୍ରୀମନ୍ଦିର ବାନା ପବନର ବିପରୀତ ଦିଗରେ କାହିଁକି ଉଡେ

Sunil Chandra Nayak

ଶ୍ରୀ ବିଦ୍ୟାଧରମହାନ୍ତ ଙ୍କ କବିତା ସନ୍ଧ୍ୟା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ତୋ ସୁନା ବେଶ

Sunil Chandra Nayak

Leave a Comment

error: Content is protected !!