ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ହୃଦୟ ରାଗ

     ହୃଦୟ ରାଗ

 

           ପ୍ରଶାନ୍ତ କୁମାର ନାଥ

ହୃଦୟର ରାଗ ସେ ସପ୍ତ ତରଙ୍ଗ
    ହୃଦୟେ ଭରେ ଆବେଗ
ନିରନ୍ତରେ ସେହି ଚାଲୁଥାଏ ପରା
     ଭୁଲେ ନାହିଁ ତା’ର ଦିଗ। 
ଶୂନ୍ୟର ପଥରେ ସାନ୍ତୋନା ପଥିକ
      ଜୀଵଙ୍କର ଦେହେ ଥାଇ
ଜୀବନ ଦୀପକୁ ଜଳାଇ ଥାଏ ସେ
     ଦିକ୍ ଦିକ୍ ସେଯେ ହୋଇ। 
କେବେ ଆଲୋକରେ କେଵେ ଅନ୍ଧାରରେ
    ହୁଏ ନାହିଁ ବାଟ ବଣା
ହୃଦୟକୁ କେହି ଦେଖି ତ ନାହାଁନ୍ତି
     ସଭିଙ୍କୁ ଅଛଇ ଜଣା। 
ରକତ ମାଉଁସେ ହୃଦୟଟି ଗଢା
     ଶିକ୍ଷାଏ ଦିଵ୍ୟ ଚେତନା
ଭଲ ଓ ଖରାପ ଜୀଵର ଦେହରେ
     ଭରଇ ମିଠା ଵାସନା। 
ପାହାଡ଼ ପରିକା ସେ ଵଜ୍ର ହୃଦୟ
     କାକଳିର କଳରଵ
ମୃଦୁ ମୁର୍ଚ୍ଛନାରେ ଶିହରଇ ପ୍ରାଣ
     ଜୀଵନ୍ତ ହୁଅଇ ଜୀବ।।

ପ୍ରଶାନ୍ତ କୁମାର ନାଥ (ଜୁଣଗଡି)

ରାଜନଗର କେନ୍ଦ୍ରାପଡ଼ା

Related posts

ପଦାରେ ପଡିଲା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ଅବ୍ୟବସ୍ଥା , ଭୋକରେ ଡହଳ ବିକଳ ହୋଇ ଫେରିଲେ ଛାତ୍ରଛାତ୍ରୀ

Sunil Chandra Nayak

ଡାଲଙ୍ଗ ଗ୍ରାମରେ ୧୬ ବର୍ଷ ଧରି ପୂଜା ପାଉଛନ୍ତି ମା ଦୁର୍ଗା

Sunil Chandra Nayak

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

Leave a Comment

error: Content is protected !!