ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ହୃଦୟ ରାଗ

     ହୃଦୟ ରାଗ

 

           ପ୍ରଶାନ୍ତ କୁମାର ନାଥ

ହୃଦୟର ରାଗ ସେ ସପ୍ତ ତରଙ୍ଗ
    ହୃଦୟେ ଭରେ ଆବେଗ
ନିରନ୍ତରେ ସେହି ଚାଲୁଥାଏ ପରା
     ଭୁଲେ ନାହିଁ ତା’ର ଦିଗ। 
ଶୂନ୍ୟର ପଥରେ ସାନ୍ତୋନା ପଥିକ
      ଜୀଵଙ୍କର ଦେହେ ଥାଇ
ଜୀବନ ଦୀପକୁ ଜଳାଇ ଥାଏ ସେ
     ଦିକ୍ ଦିକ୍ ସେଯେ ହୋଇ। 
କେବେ ଆଲୋକରେ କେଵେ ଅନ୍ଧାରରେ
    ହୁଏ ନାହିଁ ବାଟ ବଣା
ହୃଦୟକୁ କେହି ଦେଖି ତ ନାହାଁନ୍ତି
     ସଭିଙ୍କୁ ଅଛଇ ଜଣା। 
ରକତ ମାଉଁସେ ହୃଦୟଟି ଗଢା
     ଶିକ୍ଷାଏ ଦିଵ୍ୟ ଚେତନା
ଭଲ ଓ ଖରାପ ଜୀଵର ଦେହରେ
     ଭରଇ ମିଠା ଵାସନା। 
ପାହାଡ଼ ପରିକା ସେ ଵଜ୍ର ହୃଦୟ
     କାକଳିର କଳରଵ
ମୃଦୁ ମୁର୍ଚ୍ଛନାରେ ଶିହରଇ ପ୍ରାଣ
     ଜୀଵନ୍ତ ହୁଅଇ ଜୀବ।।

ପ୍ରଶାନ୍ତ କୁମାର ନାଥ (ଜୁଣଗଡି)

ରାଜନଗର କେନ୍ଦ୍ରାପଡ଼ା

Related posts

ବବି ଜୈନ୍ ଙ୍କ କବିତା ମୁଁ କବି

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

ସମାଜସେବୀଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!