ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

କୋକସରା,୨୬/୧୦-  (ମ ନି ସ) ସୋମବାର ହର୍ଷ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି ଆଲୋକର ପର୍ବ ଦୀପାବଳି l ଏହି ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ଜିଲ୍ଲା ପରିଷଦ ହେମନ୍ତ ମାଝୀ ଆମପାଣି ଜନଜାତି ଆବାସିକ ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ଉତ୍ସଵ ପାଳନ କରିଛନ୍ତି। ସେ ନିଜେ ମଧ୍ୟ ଜଣେ ଆଦିବାସୀ ଯୁବକ ହୋଇଥିବା ବେଳେ ଭଲ ପାଠ ପଢି ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ତାଙ୍କ ସହ କୋକସରା ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଋତୁରାଜ ମାଝୀ, ସାମାଜିକ କର୍ମି ସୁରେଶ ସାହୁ, ବିନୋଦ ସିଂ, ତାପସ ରାୟ, ପୂର୍ଣ୍ଣଚନ୍ଦ୍ର ନାଏକ ଓ ତୁଲାରାମ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠିତ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ଗ୍ଲାମ ଅପ ର ବିଜେତା ହେଲେ ଅଧ୍ୟାପିକା ସସ୍ମିତା ଜେନା

Sunil Chandra Nayak

Leave a Comment

error: Content is protected !!