ସ୍ବର୍ଗବାସୀ ପିତା ମାତା ଙ୍କର ଏକମାତ୍ର ଝିଅ ତପସ୍ୱିନୀ ନାଏକ, (ବୟସ ୧୮, ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କୁନୁଆଁ ପଞ୍ଚାୟତ ର ପଧାନି ଗାଆଁ ର) ପାଖରେ ନା ଭାଇ ନା ଭଉଣୀ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ବିଜୁଳୀ ବିହୀନ ଘରେ,ଅନ୍ତୋଦୟ ଚାଉଳ ରେ କଟୁଛି ଏକାନ୍ତ ଜୀବନ।ଏମିତି ଅବସ୍ଥା ରେ ଆଗକୁ ପାଠ ପଢିବାର ଆଶା ଅବା ଜୀବନ ରେ ଜଣେ ପୋଲିସ୍,ଆର୍ମି ଏଭଳି କିଛି ପଦବୀ ରେ ରହି ଦେଶ ତଥା ସମାଜ ର କଲ୍ୟାଣ କରିବାକୁ ଆଶା ରଖିଥିବା ତପସ୍ବିନୀ ଜନ ମଙ୍ଗଳ (ରାସୋଳ) ସଂଗଠନ କୁ ସାହାଯ୍ୟ ସହାୟତା ର ହାତ ବଢାଇବାକୁ ଅନୁରୋଧ କରିଥିବା ବେଳେ ଝିଅ ଟି ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ନିମିତ୍ତ ତାର ସ୍ବପ୍ନ କୁ ଭାଙ୍ଗି ଯିବାକୁ ନଦେଇ ସ୍ବପ୍ନ ତାର ସାକାର କରିବା ଦିଗରେ ଜନ ମଙ୍ଗଳ(ରାସୋଳ) ସଂଗଠନ ସାହାଯ୍ୟ ର ହାତ ବଢାଇ ଉଚ୍ଚ ଶିକ୍ଷା ନିମିତ୍ତ ହିନ୍ଦୋଳ ମହାବିଦ୍ୟାଳୟ ରେ ଯୁକ୍ତ ତିନି କଳା ପାଠ୍ୟକ୍ରମ ରେ ନାମ ଲେଖାଇଛି ।
ଗତ ତା୧୧/୦୯/୨୨ ରିଖ ରେ ଫର୍ମ ପୂରଣ କରି ଥିଲେ ଓ କଲେଜ ର ସୂଚନା ପ୍ରଦାନ ଅନୁଯାୟୀ ନାମଲେଖା ସ୍ପଷ୍ଟ ହେବା ପରେ ୨୬/୧୦/୨୨ରିଖ ବୁଧ ବାର ଦିନ ସମୟ ସକାଳ ୧0ଘଟିକା ସମୟ ରେ ନାମଲେଖା ର ଅର୍ଥରାଶି ୭୦୫୦ଟଙ୍କା(ସାତ ହଜାର ପଚାଶ ଟଙ୍କା) କଲେଜ କୁ ଯାଇ ସଂଗଠନ ତରଫରୁ ପଇଠ କରା ଯାଇଛି।
ଏହି ପରିପ୍ରେ୍ଷୀରେ ସଭାପତି ବିଭୁପ୍ରସାଦ ଶତପଥୀ, କୋଷାଧ୍ୟକ୍ଷ ଭରତ ମହାରଣା,ସେବିକା ନିରୁପମା ମିଶ୍ର ଙ୍କ ର ସହଯୋଗ ତଥା ହିନ୍ଦୋଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ସାହୁ ମହୋଦୟ,ମୂଖ୍ୟ କିରାଣୀ ସନ୍ଦୀପ୍ ଦେବତା,ଅଧ୍ୟାପକ ସୁରେଶ ମିଶ୍ର,ସରୋଜ ସାହୁ ଙ୍କର ସହାୟତା ପ୍ରଦାନ ପୂର୍ବକ ଜନ ମଙ୍ଗଳ (ରାସୋଳ)ର ଏତାଦୃଶ କାର୍ଯ୍ୟରେ ଧନ୍ୟବାଦ ତଥା ସାଧୁବାଦ ଜ୍ଞାପନ କରିଥିଲେ। ହିନ୍ଦୋଳ ବ୍ଲକ ର ଉପାଧ୍ୟକ୍ଷ ବରୁଣ କୁମାର ସର ମହୋଦୟ ସଂଗଠନ ର ଏତାଦୃଶ କାର୍ଯ୍ୟରେ ସନ୍ତୋଷ ଲାଭ ପୂର୍ବକ ସଂଗଠନ କୁ ତପସ୍ବିନୀ ନାଏକ ଙ୍କର ନାମ ଲେଖା ରାଶି ର ସଂପୂର୍ଣ୍ଣ ଅର୍ଥ ଦାନ କରି ଥିବାରୁ ସଂଗଠନ ତରଫରୁ ସଭାପତି ସମେତ ସମସ୍ତ ସେବକ ସେବିକା ଗଣ ଆନ୍ତରିକ ଧନ୍ଯବାଦ୍ ପ୍ରଦାନ କରିଛନ୍ତି ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍