ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ସନ୍ଧ୍ୟା

   ସନ୍ଧ୍ୟା 

ରୂପସୀ ସନ୍ଧ୍ୟା ଗୋ ବଧୂ ବେଶ ନାଇ
     ଆସ ପ୍ରକୃତି ମା କୋଳେ
ବିହଙ୍ଗ ଶାବକ ଭିନ୍ନାଭିନ୍ନ ରାବ
     ଘୁଙ୍ଗୁର ଶବଦ ତାଳେ (1)
ସୁଷମା ସମ୍ଭାର ଧରି ଆଗ ପର
      ପାଦ ଥାପ ଥିରି ଥିରି
ପଲ୍ଲୀ ବହୂଟିର ସଞ୍ଜ ଆଳତୀର
      ସଙ୍ଗୀତ ମୂର୍ଚ୍ଛନା ବାରି (2)
ତୋ ଆସିବା ଜାଣି କୃଷକ ଘରଣୀ
     ଗୃହ ଫେରେ ତର ତର
ଦାଣ୍ଡର ଦୁଆର ସ୍ଵଛେ ସେ ସଅଳ
     ପୁଜେ ଇଷ୍ଟ ଦେବ ତାର (3)
ସମୟର ତାଳେ ସୌନ୍ଦର୍ଯ୍ୟର ଭାର
     ବଦଳି ଯାଇଛି ପରା
ଗୋ ଧୂଳି ଲଗନ ଗୋ ବତ୍ସା ସ୍ଵରେଣ
      ଗ୍ରାମେ ରଚୁନି ପସରା (4)
ଦେବାଳୟ ଶୋଭା ନାହିଁ ପୂର୍ବଲୋଭା
     ଶଙ୍ଖ ଘଣ୍ଟ ତୂରୀ ତାଳ
ଯନ୍ତ୍ରରେ ଚଳିତ ଅନ୍ତ ଶୂନ ଭକ୍ତ
   ବାଜେ ଯଥା କାମ ତୁଲ (5)
ନଣନ୍ଦର ପଛେ ସର ସର ବସ୍ତ୍ରେ
       ଗମେ ନାହିଁ ନବ ବଧୂ
ଅଳତାର ପାଦ ରଚୁ ନାହିଁ ମଦ
      ପ୍ରତି ଛବି ପ୍ରାୟ ଇନ୍ଦୁ (6)
ଭ୍ରମ କଥା ଭାଷ କର୍ଣ୍ଣେ ଦେଇ ବାସ
     ଗୀତକୁ ବଜାଇ ସେହି
ନାଇଟ ଗଳାଇ ଓଢଣୀ ମୁଣ୍ଡେଇ
    ଚାଲେ ତାଳେ ପାଦ ଦେଇ (7)

      ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

Related posts

ବେହେରା ରେ କାଳବୈଶାଖୀ ବର୍ଷା , ଉପୁଡ଼ିଲା ଗଛ ଭାଙ୍ଗିଲା ବିଜୁଳି ଖୁଣ୍ଟ

ଜିଲ୍ଲାପରିଷଦ ନିର୍ବାଚନ,ପୋଛି ନେଲା ବିଜେଡ଼ି

Sunil Chandra Nayak

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

Sunil Chandra Nayak

Leave a Comment

error: Content is protected !!