ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସଂଘର୍ଷ

   ସଂଘର୍ଷ

 ଉପେନ୍ଦ୍ର କୁମାର ବସ୍ତିଆ

    
ପେଟ ଫୁଲା ନଈ ବଙ୍କେଇ ଚାଲଇ
କର୍ମରେ ବିରାମ ନାହିଁ 
ନଈର ଜଳକୁ ପାଇବା ପାଇଁ କି 
ସମୁଦ୍ର ରହିଛି ଚାହିଁ ।।
ନୀଳ ସମୁଦ୍ରର ହୃଦୟ ନିର୍ମଳ 
ଛାତିକୁ ଦେଇଛି ପାରି
ଆଗପଛ ହୋଇ ଯିଏ ବା ଆସୁଛି 
ନେଇଛି ନିଜର କରି ।।
ଅମଡ଼ା ବାଟଟି ନିଜେ ସିନା ବଙ୍କା 
ଅନ୍ୟଟି ରାସ୍ତା ଦେଖାଏ 
ସମୟ ସହିତ ବାଟ ଚାଲୁଥିଲେ
ବାଟୋଇ ଘରକୁ ଯାଏ ।।
ଅଙ୍କାବଙ୍କା ପଥ ଜୀବନେ ଆସଇ 
ଚାଲିଲେ ପାର କରିବା 
ସୁଖଦୁଃଖ ସଦା କର୍ମରେ ମିଳଇ 
ସଂଘର୍ଷ କଲେ ପାଇବା ।।
ଦୃଢ଼ ସଂକଳ୍ପରେ ବାଟ ଚାଲୁଥିଲେ 
ଆନନ୍ଦେ ଜୀବନ କଟେ
ନିଜ ହସ ଖୁସି ଅଙ୍ଗେ ଲିଭାଇବା 
ଜୀବନ ସଂଘର୍ଷ ଅଟେ ।।
ଥିରିଥିରି କେବେ ମଳୟ ଏଇଠି 
କେବେ ଝାଞ୍ଜି କେବେ ଖରା 
ଶୀତ ବରଷାକୁ ସହିବାକୁ ହେବ 
ଏଇତ ଜୀବନ ପରା ।।

   ରାଉରକେଲା

Related posts

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ଗାଁ କଲ୍ଯାଣ ସମିତି ଗୁଡିକ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବ

Sunil Chandra Nayak

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

Leave a Comment

error: Content is protected !!