ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସଂଘର୍ଷ

   ସଂଘର୍ଷ

 ଉପେନ୍ଦ୍ର କୁମାର ବସ୍ତିଆ

    
ପେଟ ଫୁଲା ନଈ ବଙ୍କେଇ ଚାଲଇ
କର୍ମରେ ବିରାମ ନାହିଁ 
ନଈର ଜଳକୁ ପାଇବା ପାଇଁ କି 
ସମୁଦ୍ର ରହିଛି ଚାହିଁ ।।
ନୀଳ ସମୁଦ୍ରର ହୃଦୟ ନିର୍ମଳ 
ଛାତିକୁ ଦେଇଛି ପାରି
ଆଗପଛ ହୋଇ ଯିଏ ବା ଆସୁଛି 
ନେଇଛି ନିଜର କରି ।।
ଅମଡ଼ା ବାଟଟି ନିଜେ ସିନା ବଙ୍କା 
ଅନ୍ୟଟି ରାସ୍ତା ଦେଖାଏ 
ସମୟ ସହିତ ବାଟ ଚାଲୁଥିଲେ
ବାଟୋଇ ଘରକୁ ଯାଏ ।।
ଅଙ୍କାବଙ୍କା ପଥ ଜୀବନେ ଆସଇ 
ଚାଲିଲେ ପାର କରିବା 
ସୁଖଦୁଃଖ ସଦା କର୍ମରେ ମିଳଇ 
ସଂଘର୍ଷ କଲେ ପାଇବା ।।
ଦୃଢ଼ ସଂକଳ୍ପରେ ବାଟ ଚାଲୁଥିଲେ 
ଆନନ୍ଦେ ଜୀବନ କଟେ
ନିଜ ହସ ଖୁସି ଅଙ୍ଗେ ଲିଭାଇବା 
ଜୀବନ ସଂଘର୍ଷ ଅଟେ ।।
ଥିରିଥିରି କେବେ ମଳୟ ଏଇଠି 
କେବେ ଝାଞ୍ଜି କେବେ ଖରା 
ଶୀତ ବରଷାକୁ ସହିବାକୁ ହେବ 
ଏଇତ ଜୀବନ ପରା ।।

   ରାଉରକେଲା

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ଡାବୁଗାଁ ଦୁଗ୍ଧ ଶିତଳିକରଣ କେନ୍ଦ୍ର ଓମେନ୍ ଏକ୍ସଟେନସନ୍ ୱ।ର୍କରଙ୍କ ନାମରେ ଟଙ୍କା ହେର୍ ଫେର୍ ହୋଇଥିବା ଅଭିଜୋଗ

Sunil Chandra Nayak

ଖଡ଼ିଆଳ ଗାନ୍ଧି ନଗର ରେ ନିଆଁ

Leave a Comment

error: Content is protected !!