ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ ବୃନ୍ଦାବନ ଏଇ ମନ କାଶୀ
     ଏଇ ମନ ହରିଦ୍ଵାର
ଦର୍ଶନ କରିଲେ ତୀର୍ଥ ସ୍ଥାନ ସବୁ
     ଶୁଦ୍ଧ ହବ ଜୀବନର।
ଯେତେ ତୀର୍ଥ କ୍ଷେତ୍ର ଦର୍ଶନ କରିବା
       ମନ ହୁଏ ଶୁଦ୍ଧ ଭାବ
ରାଗ ହିଂସା ଛାଡି ପବିତ୍ର ହୋଇବା
      ଆତ୍ମା ହବ ମୋ ଗୈାରବ।
ଗଂଗା ସ୍ନାନ କରି ସବିତା ଦର୍ଶନ
         ପବିତ୍ର ହୁଏ ଜୀବନ
ଭଜନ କୀର୍ତ୍ତନ ମିଶି ରହିଥାଏ
       ପୁଣ୍ୟ ଜୀବନ ସମ୍ମାନ।
ଜୀବ ଦେହେ ଥାଏ ଆତ୍ମା ଭଗବାନ
     ସବୁଠି ତାହାର ଘର
ପୂଜା ପାଉଥାଏ ହୃଦୟ ମଧ୍ୟରେ
        ଆତ୍ମା ଟି ତାହା ମନ୍ଦିର।
ତପ ଜପ ମନ୍ତ୍ର ସାଧନା ପଥକୁ
      କେବେ ହେଲେ ଭୁଲି ନାହିଁ
ଆମରି ପଛରେ ସଦା ଜଗି ବସେ
     ପ୍ରଭୁ ମୋର ହେ ଗୋସାଇଁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା – ତଥାପି ତୁମେ ଓ ମୁଁ

Sunil Chandra Nayak

ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!