ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସମାରୋହରେ ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

ଭବାନୀପାଟଣା:୨୮/୧୦ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଧର୍ମରାଜ ଯମଙ୍କ ପ୍ରମୁଖ ପରାମର୍ଶଦାତା ଅଟନ୍ତି ଭଗବାନ ଚିତ୍ରଗୁପ୍ତ । ସେ ପାପ, ପୁଣ୍ୟର ହିସାବ ନିକାଶ କରିଥାନ୍ତି । ଯିଏ ନିଷ୍ପତି ନିଅନ୍ତି ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହେବ ନା ନର୍କ । ଏଥିପାଇଁ ହିନ୍ଦୁ ଶାସ୍ତ୍ରରେ ସେହି ଦେବତାଙ୍କ ସ୍ଥାନ ସର୍ବଦା ସ୍ବତନ୍ତ୍ର । ସମଗ୍ର ଭାରତର କୋଣଅନୁକୋଣରେ ଚିତ୍ରଗୁପ୍ତଙ୍କ ବଂଶଧର ଏବଂ ଶ୍ରଦ୍ଧାଳୁ ରହିଛନ୍ତି । ଦେଶରେ ଚିତ୍ରଗୁପ୍ତଙ୍କର କିଛି ପୁରାତନ ମନ୍ଦିର ରହିଛି । ସେଥିମଧ୍ୟରୁ ପୁରୁଣା ହାଇଦ୍ରାବାଦରେ ଥିବା ଚିତ୍ରଗୁପ୍ତ ମନ୍ଦିର ଅନ୍ୟତମ । ଚଳିତ ବର୍ଷ କାଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଚିତ୍ରଗୁପ୍ତଙ୍କର ପୂଜନତ୍ସଵ ଅନୁଷ୍ଠିତ ହୋଇଛି ତନ୍ମଧ୍ୟରୁ ସଦର ମହକୁମା ଭବାନୀପାଟଣାର ପୂଜା ଅନ୍ୟତମ । ୨୬ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା ସହିତ ଅଧିବାସ ଏବଂ ୨୭ ତାରିଖରେ ଚିତ୍ରଗୁପ୍ତଙ୍କର ପୂଜନତ୍ସଵ ମହା ଆଡମ୍ବରରେ ଶତାଧିକ ଶ୍ରଦ୍ଧାଳୁଙ୍କର ସମାଗମରେ ପାଳିତ ହୋଇଥିଲା । ପୂଜା ରେ ଆୟୋଜିତ ଏକ ସଭାରେ ପୂର୍ବତନ ରାୟଗଡା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥିରେ ପଦ୍ମପୁର କରଣ ସମାଜ ସଭାପତି ଶିଶିର କୁମାର ବହିଦାର,କାଳାହାଣ୍ଡି କରଣ ସମାଜର ଉପଦେଷ୍ଟା କମିଟିର ବରିଷ୍ଠ ସଦଶ୍ୟ କାଳି ପ୍ରସାଦ ପଟ୍ଟନାୟକ, କାଳାହାଣ୍ଡି କରଣ ସମାଜର ସଭାପତି ରାମ ଶଙ୍କର ଦାସ,ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସବିତା ପଟ୍ଟନାୟକ ,ଯୁବ ସଂଗଠକ ପ୍ରଦୀପ ଦାସ ପ୍ରମୂଖ ମଞ୍ଚାସିନ ଥିଲେ ।୨୮ତାରିଖ ଶେଷ ଦିନରେ ଚିତ୍ରଗୁପ୍ତଙ୍କର ପ୍ରତିମାକୁ ସହର ପରିକ୍ରମା କରି ରାଜା ପୋଖରୀରେ ବିଷର୍ଜନ କରାଯାଇଥିଲା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀରାଧାକୃଷ୍ଣଦିବ୍ୟ ପ୍ରେମ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସଂଧ୍ୟା

Leave a Comment

error: Content is protected !!