ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ଦାବୀ କୁ ଅଣଦେଖା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ତିନି ସଂଗଠନ ତରଫରୁ ଗଣ ଧାରଣା ନୋଟିସ

ତେନ୍ତୁଳିଖୁଣ୍ଟି – ୨୮/୨୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଓଡିଶା ଜଳବିଦ୍ୟୁତ କର୍ମଚାରୀ ସଂଘ ପଞ୍ଜୀକରଣ ସଂଖ୍ୟା444/jyp , ଇନ୍ଦ୍ରାବତୀ ଏନ ଏମ ଆର କର୍ମଚାରୀ ସଂଘ ପଞ୍ଜୀକରଣ ସଂଖ୍ୟା 140/jyp ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ କଣ୍ଟିଜେଣ୍ଟ ଖଲାସି ସଂଘ ପଞ୍ଜିକରଣ ସଂଖ୍ୟା 227/jyp ମିଳିତ ଭାବେ ଓଡିଶା ଜଳ ବିଦ୍ୟୁତ ନିଗମ କର୍ମଚାରୀ ଙ୍କ ବିଭିନ୍ନ ଦାବୀ ପ୍ରତି ଅଣଦେଖା କୁ ପ୍ରତିବାଦ କରି ଆସନ୍ତା ନଭେମ୍ବର ମାସ 9 ତାରିଖ ରେ ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ଇନ୍ଦ୍ରାବତୀ ଡ୍ୟାମ ସର୍କଲ କାର୍ଯ୍ୟାଳୟ ଖାତିଗୁଡା ରେ ଗଣ ଧାରଣା ଦେବେ ବୋଲି ଆଜି ନୋଟିସ ଦେଇଛନ୍ତି। ପ୍ରକଳ୍ପ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ତିନିଟି ଯାକ ପଞ୍ଜିକୃତ ସଂଘ କିଛି ହକ ଦାବୀ କୁ ନେଇ ବହୁ ଥର ଅନୁରୋଧ, ଆବେଦନ ,ନିବେଦନ ଓ ଆଲୋଚନା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀ ହିତ କାରୀ ପଦକ୍ଷେପ ନିଗମ କର୍ତ୍ତୃପକ୍ଷ ନେଇ ନାହାନ୍ତି। ଏନ ଏମ ଆର, କଣ୍ଟିଜେଣ୍ଟ ଖଳାସୀ, ଓ ଏନ ଇ- 1 ଦୀର୍ଘବର୍ଷ ନିରବଚ୍ଛିନ୍ନ ପ୍ରକଳ୍ପ ରେ ନିଜ ସେବା ଯୋଗାଇ ଆସୁଛନ୍ତି,କିନ୍ତୁ୍ ସେମାନଙ୍କ ସେବା କୁ ନେଇ କୌଣସି ଠୋସ ନିଷ୍ପତ୍ତି ନେଇନାହିଁ ଜଳବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ନିଗମ କର୍ତ୍ତୃପକ୍ଷ। ଦ୍ଵିତୀୟ ରେ ଚଳିତ ବର୍ଷ ଓଡିଶା ଜଳ ବିଦ୍ୟୁତ ନିଗମ କର୍ମଚାରୀ ଙ୍କ ଦରମା ରେ ବାର୍ଷିକ ବୃଦ୍ଧି କରିନାହିଁ। ତୃତୀୟ ରେ 2022 ରେ ଉପରୋକ୍ତ ତିନି ସଂଘ କର୍ମଚାରୀ ଯେଉଁମାନେ ଅଵସର ନେଇଛନ୍ତି ସେମାନଙ୍କ ପେନସନ କେଶ ପ୍ରୋସେସିଂ କରାଯାଇନି। ଏପରିକି ନିଗମ ର ପ୍ରତିଷ୍ଠା ଦିବସ ,ଗ୍ରୀଷ୍ମ କାଳୀନ କଣ୍ଟିଜେନ୍ସି ,ଜୋତା ଆଦି ଚଳିତ ବର୍ଷ ନିଗମ ତରଫରୁ ଦିଆ ଯାଇନି। ଶ୍ରମିକ ଦିବସ ,ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ ପାଇଁ ନିଗମ କୌଣସି ଅର୍ଥ ଚଳିତବର୍ଷ ଦେଇ ନାହିଁ। ସ୍ୱାଧୀନତା ର 75 ବର୍ଷ ପାଳନ କରାଯାଉଥିବାବେଳେ ଉତ୍ସବ ପାଳନ ପାଇଁ କୌଣସି ଅନୁଦାନ ନିଗମ ନ ଦେବା ନିନ୍ଦନୀୟ। ଏଣୁ ଉପରୋକ୍ତ ଦାବୀ କୁ ଅଣଦେଖା ପ୍ରତିବାଦ ରେ 9 ନଭେମ୍ବର ରେ ଗଣ ଧାରଣା ଦେବେ ତିନି ସଂଘ ର ସଦସ୍ୟ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା  ପାଇଁ ସୁଯୋଗ

Sunil Chandra Nayak

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

Sunil Chandra Nayak

ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମି ଙ୍କ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!