ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

ଚନ୍ଦାହାଣ୍ଡି (ମ ନି ସ) -ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ରେ ଶନିବାର ଦିନ ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି।ସୂଚନା ଅନୁଯାଇ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମର ସହଦେଵ ସୁନା ଙ୍କ ଝିଅ ଚନ୍ଦାହାଣ୍ଡି ପାନାବେଡ଼ା କଲେଜ ରେ ଅଧ୍ୟୟନ ସାରି ନିଜ ଗ୍ରାମ ପାଟଖଲିଆ ଗ୍ରାମକୁ ଫେରୁଥିବା ସମୟରେ ହଳଦୀ ଗ୍ରାମ ନିକଟରେ ପାଟଖଲିଆ ଗ୍ରାମର ନିରାକାର ଜଗତ ନାମକ ଯୁବକ ଜଣକ ତାଙ୍କୁ ଅତର୍କିତ ଲୁହା ରଡ଼ ରେ ଆକ୍ରମଣ କରିବା ଯୋଗୁଁ ସେ ଘାଟଣ ସ୍ଥଳରେ ଲହୁ ଲୁହାଣ ହୋଇ ଗୁରୁତର ହୋଇଯାଇଥିଲେ. ଖବର ପାଇ ପରିବାର ଲୋକ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କଲା ପରେ ମଧ୍ୟ କୌଣସି ଉନ୍ନତି ନ ହେବା ଯୋଗୁ ତାଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାଂତର କରିଥିବା ପରିବର ପକ୍ଷରୁ ସୂଚନା ମିଳିଛି।ଚନ୍ଦାହାଣ୍ଡି ଥାନା କୁ ମାମଲା ରୁଜୁ କରିବା ନିମନ୍ତେ ଯାଇଥିଲେ ମଧ୍ୟ ଝିଅର ସ୍ୱାସ୍ଥ୍ୟ ବସ୍ତା ଗୁରୁତର ଥିବା ଯୋଗୁଁ ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥିବା ପିତା ସହଦେଵ ସୁନା ସୂଚନା ଦେଇଛନ୍ତି। ଏ ବିଷୟରେ ଚନ୍ଦାହାଣ୍ଡି ଥାନାକୁ ପଚାରିବାରୁ କୌଣସି ଲିଖିତ ଅଭିଯୋଗ ଆସି ନାହିଁ ଯଦି ଦିଅନ୍ତି ତା ହେଲା ଦୋଷୀ କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏପଟେ ପୋଲିସ ଅଭିଯୁକ୍ତ ଯୁବକ କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

Sunil Chandra Nayak

ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

Sunil Chandra Nayak

ରାତ୍ରୀକାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁ ବ୍ରଦରର୍ସ କେସିଙ୍ଗା ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!