ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଡିକାଲରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବାର ସ୍ଥିତ ପରଖିଲେ ସନ୍ତୋଷ ଖଟୁଆ

ବାଲେଶ୍ୱର’୩୦/୧୦/୨୨- ବାଲେଶ୍ଵର ଜିଲ୍ଲା ନୀଳଗିରି ଡାକ୍ତର ଖାନାରେ ଦୀର୍ଘଦିନ ଧରି ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବା ଵିପର୍ଯ୍ୟସ୍ତ ହୋଇପଡିଥିଲା । ଯାହାଫଳରେ ରୋଗୀ ମାନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଢୁଥିଲା । ବାରମ୍ବାର ଲିଖିତ ଅଭିଯୋଗ ଓ ଧାରଣା ଚେତାବନୀ ପରେ କେତକ କର୍ମଚାରୀଙ୍କୁ ପଠାଇ ଅଂଚଳବାସୀଙ୍କୁ ସନ୍ତୁଷ୍ଟ କରାଇ ଥିଲା ବିଭାଗ । କୋଟି କୋଟି ଟଙ୍କାରେ ନିର୍ମିତ ଓପିଡି ବିଲିଡିଂ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ । ଯାହା ଦ୍ୱାରା ବହୁ ରୋଗୀ ପରୀକ୍ଷା ଯନ୍ତ୍ରାସ ଗୁଡିକ ପଡି ରହି ରହିଛି । ବେଡ ଅଭାବରୁ ରୋଗୀମାନେ ଅପରେ ବାରଣ୍ଡାରେ ପଢି ରହି ଚିକିତ୍ସିତ ହେଉଛନ୍ତି । ଖବରପାଇ ନୀଳଗିରି ବିଜେଡିର ମୁଖ୍ୟ ନେତା ସନ୍ତୋଷ ଖଟୁଆ ଘଟଣା ସ୍ଥଳରେ ପହଞ୍ଚି ରୋଗୀ ମାନଙ୍କୁ କିପରି ଉତ୍ତମ ଚିକତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ଏବଂ ଡାକ୍ତର ଖାନାର ଉନ୍ନତି କରଣ, କାମ କିପରି ଶୀଘ୍ର କରାଯିବ, ସେନେଇ ଶ୍ରୀ ଖଟୁଆ ସିଡିଏମଓଙ୍କ ଶହ ଆଲୋଚନା କରିଥିଲେ ଏବଂ ବିଭାଗୀୟ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଫୋନ ଦ୍ବାରା ଯୋଗାଯୋଗ କରି ତୁରନ୍ତ ସମଷ୍ୟାର ସମାଧାନ କରିବାକୁ କହିଥିଲେ । ତେଣୁ ଶ୍ରୀ ଖଟୁଆ ଙ୍କର ଏପରି କାର୍ଯ୍ୟକୁ ସମ୍ପୃକ୍ତ ଅଞ୍ଚଳବାସୀ ଖୁବ୍ ପ୍ରଂଶସା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

କବିତା – ଡର

Sunil Chandra Nayak

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Sunil Chandra Nayak

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!