ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନର୍ଲା ଚାମ୍ପିଅନ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଶାନ୍ତପୁରରେ ଅନୁଷ୍ଠିତ ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନର୍ଲା ଚାମ୍ପିଅନ ହୋଇଛି। ଗତ କୋଡ଼ିଏ ତାରିଖ ଠାରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲ ନର୍ଲା ଓ ପିପଲଭାଡି ଦଳ ମଧ୍ୟରେ ଖେଳାଯିବା ସହ ଦ୍ଵିତୀୟ ସେମିଫାଇନାଲ ଦାଦପୁର ଓ କଣ୍ଟାବାଞ୍ଜି ମଧ୍ୟରେ ହୋଇଥିଲା। ଶେଷରେ ନର୍ଲା ଓ ଦାଦପୁର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ କେ‌ହି କାହାରି କୁ ଗୋଲ୍ ଦେବାକୁ ସକ୍ଷମ ହୋଇ ନ ଥିବା ବେଳେ ଟ୍ରାଇବ୍ରେକର ଜରିଆରେ ନର୍ଲା ୫/୪ ଗୋଲରେ ବିଜୟୀ ହୋଇଥିଲା। ବିଜୟୀ ନର୍ଲା ଦଳକୁ ମୁଖ୍ୟ ଅତିଥି ତଥା ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ଟ୍ରଫି ସହ ୭୦୦୦ ଟଙ୍କା ଓ ଦାଦପୁର ଦଳକୁ ପାଞ୍ଚ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ବିଜେଡି ଯୁବ ସଭାପତି ଓମ୍ ପ୍ରକାଶ ପୁଝାରୀ, ଶାନ୍ତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଯୋଗଦାନ କରିଥିଲେ। ଖେଳଟିକୁ ସନ୍ତୋଷ କୁମାର ନାଏକ, ସୁରେଶ ନାଏକ, ମୁକୁନ୍ଦ ନାଏକ ଓ ନାରାୟଣ ପଧାନ ପରିଚାଳନା କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସିହା ପ୍ରତିନିଧି।

Related posts

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

Sunil Chandra Nayak

ଛୁରୀରେ ବେକ କାଟି ଯୁବକର ଆତ୍ମହତ୍ୟା

Sunil Chandra Nayak

ରୁପ୍ରା ପିଏଚସି ଅଧିନ ଜନ ଆରୋଗ୍ୟ ସମିତିର ନୂତନ କମିଟି ଗଠନ ଓ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!