ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ଭି ଆର ପି ସଂଘ ଗଠିତ

ଢେଙ୍କାନାଳ (ମ ନି ସ)30/10/ ଢେଙ୍କାନାଳ ଜିଲ୍ଲାରେ ଭି ଆର ପି ସଂଘ ଗଠନ କରାଯାଇଛି । ସଂଘର ପ୍ରଥମ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇ ରୂପରେଖ ପ୍ରସ୍ତୁତ ହୋଇଥିଲା । ନାରୀନେତ୍ରୀ ସୁଲୋଚନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ନେତ୍ରୀ ତଥା ପ୍ରଭାରୀ ସୁରଭି ସ୍ୱାଇଁ, ଶ୍ରୀନିବାସ ଖୁଣ୍ଟିଆ ଓ ରବିନାରାୟଣ ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ସଂଘର ସଂଚାଳନ ନିମନ୍ତେ ଏକ ସମିତି ଗଠନ କରାଯାଇଥିଲା । ଭିଆର୍ପି ସଂଘର ସଭାନେତ୍ରୀ ଭାବେ ସୁଲୋଚନା ସାହୁ, ସଂପାଦିକା ଭାବେ କୁମୁଦିନୀ ସାମଲ ଓ କୋଷାଧ୍ୟକ୍ଷ ଭାବେ ସସ୍ମିତା ନାୟକଙ୍କୁ ମନୋନୀତ କରାଯାଇଛି । ସେହିପରି ସରସ୍ୱତୀ ଦଳେଇ, ନଳିନୀ ମହନ୍ତ ଓ ନିରୁପମା ସାହୁଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇ ଜିଲ୍ଲାର ୮ଟି ବ୍ଲକ୍ର ଦାୟିତ୍ୱ ଦିଆଯାଇଛି । 

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦମୁଦୁଲିଙ୍କ ରିପୋର୍ଟ

Related posts

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

Sunil Chandra Nayak

ରାଜ୍ୟ ବାହାର ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ

Sunil Chandra Nayak

Leave a Comment

error: Content is protected !!