ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ଭି ଆର ପି ସଂଘ ଗଠିତ

ଢେଙ୍କାନାଳ (ମ ନି ସ)30/10/ ଢେଙ୍କାନାଳ ଜିଲ୍ଲାରେ ଭି ଆର ପି ସଂଘ ଗଠନ କରାଯାଇଛି । ସଂଘର ପ୍ରଥମ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇ ରୂପରେଖ ପ୍ରସ୍ତୁତ ହୋଇଥିଲା । ନାରୀନେତ୍ରୀ ସୁଲୋଚନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ନେତ୍ରୀ ତଥା ପ୍ରଭାରୀ ସୁରଭି ସ୍ୱାଇଁ, ଶ୍ରୀନିବାସ ଖୁଣ୍ଟିଆ ଓ ରବିନାରାୟଣ ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ସଂଘର ସଂଚାଳନ ନିମନ୍ତେ ଏକ ସମିତି ଗଠନ କରାଯାଇଥିଲା । ଭିଆର୍ପି ସଂଘର ସଭାନେତ୍ରୀ ଭାବେ ସୁଲୋଚନା ସାହୁ, ସଂପାଦିକା ଭାବେ କୁମୁଦିନୀ ସାମଲ ଓ କୋଷାଧ୍ୟକ୍ଷ ଭାବେ ସସ୍ମିତା ନାୟକଙ୍କୁ ମନୋନୀତ କରାଯାଇଛି । ସେହିପରି ସରସ୍ୱତୀ ଦଳେଇ, ନଳିନୀ ମହନ୍ତ ଓ ନିରୁପମା ସାହୁଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇ ଜିଲ୍ଲାର ୮ଟି ବ୍ଲକ୍ର ଦାୟିତ୍ୱ ଦିଆଯାଇଛି । 

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦମୁଦୁଲିଙ୍କ ରିପୋର୍ଟ

Related posts

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!