ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲେଜ ଛାତ୍ରୀକୁ ଆକ୍ରମଣ ଘଟଣାରେ ଯୁବକ ଗିରଫ 

ଚନ୍ଦାହାଣ୍ଡି-31/10(ମ ନି ସ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଯୁବକ ନିରାକାର ଜଗତକୁ ଆଜି ଚନ୍ଦାହାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି l ଛାତ୍ରୀଙ୍କ ଭାଇ ଟଙ୍କଧର ସୁନାଙ୍କ ଲିଖିତ ଅଭିଯୋଗ କ୍ରମେ କେଶ ନଂ-132/22 ରେ ମାମଲା ରୁଜୁ କରି ଏହାର ତଦନ୍ତ ଦାୟିତ୍ୱ ଏସଆଇ ଶିବପ୍ରସାଦ ମହାନ୍ତି ଙ୍କୁ ଦିଆଯାଇଛି  l ସୂଚନାନୁଯାୟୀ କଲେଜ ଯାଇ ଛାତ୍ରୀ ଜଣକ ଘରକୁ ଫେରୁଥିବା ସମୟରେ ପଛପଟୁ ପାଟଖଲିଆ ଗ୍ରାମର ଯୁବକ ନିରାକାର ଜଗତ ଅତର୍କିତ ଭାବେ ଲୁହା ରଡ଼ରେ ଆକ୍ରମଣ କରିବାରୁ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହଳଦୀ ପାଟଖଲିଆ ଯିବା ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାକୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତମାନ ସେ ଚିକିତ୍ସିତ ହେଉଛନ୍ତି l ତେବେ ଆକ୍ରମଣର କ।ରଣ ଅସ୍ପଷ୍ଟ ଥିବା ସହ ତଦନ୍ତ ଜାରିରହିଥିବା ସୂଚନା ମିଳିଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

Related posts

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

Sunil Chandra Nayak

Leave a Comment

error: Content is protected !!