ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

ଟେମରି(ମନିସ): (୧/୧୧)ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣ ରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ -2022 ର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥିଭାବରେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧର ପଣ୍ଡା , ସମ୍ମାନିତ ଅତିଥି ଙ୍କୁ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଶଶାଙ୍କ ଭୋଇ , ଗୋଲାମୁଣ୍ଡା ଜୀବିକା ମିଶନ ଅଧିକାରୀ ସୁଧାଂଶୁ ପଧାନ , ଏ.ଇ ପର୍ଶୁରାମ ନାଏକଙ୍କୁ ରଶ୍ମିତା ପଟେଲ, ସୁଷମା ସା, ନିତୁ ସା , ଲିପିକା ଗୋପାଳ ତଥା ଅନ୍ୟାନ୍ୟ ମହିଳା ବନ୍ଦାପନା କରି ପୁଷ୍ପମାଳ ଅର୍ପଣ କରି। ଏଥିରେ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀ କୁମୁଦ ସା ମୁଖ୍ୟ ବକ୍ତା ଭାବରେ ଅଭିଭାଷଣ ଦେଇଥିଲେ ।ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତି ଏକ ସ୍ଵତନ୍ତ୍ର ପରିକଳ୍ପନା ଯୋଗୁଁ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତ ଯୋଜନା ଅନ୍ତର୍ଗତ ଦାଦନ ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଜବକାର୍ଡ ଧାରୀ କର୍ମଠ ବ୍ୟକ୍ତି ମାନଙ୍କ ପରିବାରକୁ ଦୈନିକ 300 ଟଙ୍କା ହିସାବରେ ପାରିଶ୍ରମିକ ବାବଦରେ ସେମାନଙ୍କ ବ୍ୟାଙ୍କ ଜମା ଆକାଉଣ୍ଟରେ ପାଇଥିବା ବ୍ୟକ୍ତିମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇ ଥିଲା। ଏଥିରେ ପଞ୍ଚାୟତ ସମିତି ସଭ୍ୟା ଅଞ୍ଜଳି ନାଏକ,ପିଇଓ ପୁରୁଷୋତ୍ତମ ନାଏକ , ଜିଆର୍ ଏସ୍ ସୁରେନ୍ଦ୍ର ପଟେଲ, ନାଏବ ସରପଞ୍ଚ ଦୁଃଖୀରାମ ସା ,ଜୟକୁମର ସୁନାନୀ, ଚିନ୍ତା ମଣି ଭାଇସାଲ, ଲବଣୀ ଗୋପାଳ, ମଙ୍ଗଳ ସୁନାନୀ, ଦିବ୍ୟ ପଧାନ, ଆନନ୍ଦ ସୁନାନୀ, ସୁଧୀର ଭୋଇ , ଦୁର୍ଗା ସା , ସୋମନାଥ ସା , ବେଭାରୀ ସା ତଥା ଅନ୍ୟାନ୍ୟ ୱାର୍ଡ ମେମ୍ବର ଓ ଭଦ୍ର ବ୍ୟକ୍ତି ଯୋଗଦେଇଥିଲେ । ଶ୍ରୀ ଯୁକ୍ତ ବିଡ଼ିଓ ଓ ଶ୍ରୀ ଯୁକ୍ତ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଟେମରି ଗ୍ରାମ ପଞ୍ଚାୟତର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଗୁଡିକ ପରିଦର୍ଶନ କରି ସନ୍ତୋଷ ଜନକ ମତ ପ୍ରକାଶ କରିଥିଲେ ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ସରାଗୁଡା, ମାଁ ଠାକୁରାଣୀ ବାଣୁଆଡୁମା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗୁଚାଗୁଡା ଦଳ ବିଜେତା,ଡାବୁଗାଁ ଦଳ ଉପ-ବିଜେତା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସିବ ସାରା ଦୁନିଆ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କାମାକ୍ଷାନଗର ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!