ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାନ ଇଣ୍ଡିଆ ପକ୍ଷରୁ ତାଳୁକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

କୋକସରା,୨/୧୧-( ମ ନି ସ) ପାନ ଇଣ୍ଡିଆ ଓ ତାଳୁକ ଆଇନ ସଚେତନତା କମିଟି ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରିଙ୍କ ପରିଚାଳନାରେ କୋକସରା ବାର ଏସୋସିଏସନ ସଭାପତି ରସିକ ରାଜ ଦୁର୍ଗାଙ୍କ ସଭାପତିତ୍ୱରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ଶ୍ରୀମତୀ ରିତିକା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ଵ ସାଧାରଣଙ୍କ ପାଇଁ ରହିଥିବା ଆଇନ ସେବା ପ୍ରାଧିକରଣର ବିଭିନ୍ନ ଦିଗ ଉପରେ ସଚେତନତା କରାଯାଇଛି।ଆଇନଜୀବୀ ମନୋଜ କୁମାର ନାଏକ, ଲକିଧର ମେହେର, ପ୍ରିୟରଞ୍ଜନ ବେହେରା, ଜଗା ପଟ୍ଟନାୟକ ସମେତ ଜେଏମଏଫସି କୋର୍ଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts

କବିତା ସାହୁ ଙ୍କ କବିତା ଶୀତଳ ପରଶ

Sunil Chandra Nayak

ଠିକାଦାରଙ୍କ ଠାରୁ ଚାନ୍ଦା ଅସୁଲି ଅଭିଯୋଗ ରେ  ବନ୍ଧୁକଧାରୀ ଗିରଫ 

ସସ୍ମିତେଶ ସାହୁ ଙ୍କ କବିତା ଓଁ ନମଃ ଗଣେଶାୟଃ

Sunil Chandra Nayak

Leave a Comment

error: Content is protected !!