ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନରେଗା ଶ୍ରମିକ ଙ୍କୁ ସମ୍ବର୍ଦ୍ଧିତ କଲେ କୋକସରା ବ୍ଲକ ପ୍ରଶାସନ

କୋକସରା,୨/୧୧- ( ମ ନି ସ) କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପରିଷଦ କଳାହାଣ୍ଡି ଓ ପଞ୍ଚାୟତ ସମିତି କୋକସରାର ମିଳିତ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ସଫଳତାର ସହ ୧୦୦ ଦିନ କାର୍ଯ୍ୟ ଦିବସରେ ଯୋଗଦେଇଥିବା ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ଲକ ୨୨ ପଞ୍ଚାୟତ ମଧ୍ୟରୁ ବଡ଼ ପୋଡ଼ାଗୁଡା, ବରାଡଙ୍ଗା, ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା, କାଉଡୋଳା, କାଶିବାହଲ ମାଝୀଗୁଡା, ମୋଟେର, ମୂଷାପାଳି, ଫୁଫଗାଁ ଓ ଟେମରା ପଞ୍ଚାୟତର ୪୪ ଜଣ ମନରେଗାରେ ୧୦୦ କାର୍ଯ୍ୟ ଦିବସ ସଫଳତାର ସହ କରିଥିବା ଶ୍ରମିକଙ୍କୁ ବ୍ଲକ ପ୍ରଶାସନିକ ଅଧିକାରୀମାନେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅଵସରରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି, କୀର୍ତ୍ତି ବେହେରା, ସୁକାନ୍ତ ବେହେରା, ସିପି ସୁନିଲ କୁମାର ସାହୁ, ମନରେଗା ଜିଲ୍ଲା କ୍ଷେତ୍ର ଅଧିକାରୀ ବିମ୍ବାଧର ସାହୁ ,ସରପଞ୍ଚ, ସମିତି ସଭ୍ୟ, ପିଇଓ, ଗ୍ରାମ ରୋଜଗାର ସେବକ,ପଞ୍ଚାୟତ ଉପସ୍ଥିତ ରହି ମନରେଗା କାର୍ଯ୍ୟର ସଫଳ ରୂପାୟନ ବିଷୟରେ ଶ୍ରମିକ ମାନଙ୍କୁ ବୁଝାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

Related posts

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

Sunil Chandra Nayak

Leave a Comment

error: Content is protected !!