ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

ଚନ୍ଦାହାଣ୍ଡି(ମ ନି ସ) ଓଡିଶା ରାଜ୍ଯ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନ କ୍ରମେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ତିନି ଦଫା ଦାବି ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକ ମାନେ ରାଜ୍ଯର ବିକାଶ କ୍ଷେତ୍ରରେ ଏକ ମଜବୁତ ସଂରଚନା ତିଆରି କରୁଥିବା ବେଳେ ସେମାନଙ୍କୁ ଛଅ ବର୍ଷ ଧରି ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଇ ଶୋଷଣ କରାଯିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ପ୍ରାଥମିକ ଶିକ୍ଷକ ମାନେ। ଅନ୍ଯ ବିଭାଗ ଅନ୍ତର୍ଗତ କର୍ମଚାରୀ ମାନଙ୍କୁ ସିଧା ସଳଖ ସ୍ଥାୟୀ ନିଯୁକ୍ତି ମିଳୁଥିବା ବେଳେ ପ୍ରାଥମିକ ଶିକ୍ଷକ ପାଇଁ ବ୍ଯତିକ୍ରମ ଦେଖାଯାଇଛି।ଶିକ୍ଷକ ମାନଙ୍କୁ ନୂତନ ପେନସନ ଯୋଜନାରେ ସାମିଲ କରିବା ଦ୍ବାରା ଅବସର ପରେ ଦୁର୍ବିସହ ହୋଇପଡୁଛି।ଏହାର ଏକ ସ୍ଥାୟୀ ସମାଧାନ ସକାଶେ ଶିକ୍ଷକ ମାନେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୋଷ୍ଠି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ପରେ ଗୋଷ୍ଠି ଶିକ୍ଷାଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ୧- ଚୁକ୍ତି ଭିତ୍ତିକ ବ୍ୟବସ୍ଥା ବନ୍ଦ କରି ସେହି ୬ ବର୍ଷ ର ଚାକିରି ସମୟ କୁ ମୂଳ ଚାକିରୀରେ ମିଶାଇ ୬ ଟି ନୋସନଲ ଇଂକ୍ରିମେଣ୍ଟ ପ୍ରଦାନ କରିବା, ୨-ଅବିକଳ କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ କରିବା ଓ ୩- ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା । ଗୋଷ୍ଠୀ ଶିକ୍ଷାଧିକାରୀ ଦାବି ପତ୍ର ଗ୍ରହଣ କରିବା ପରେ ତାକୁ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ପ୍ରେରଣ କରାଯିବ ବୋଲି ପ୍ରକାଶ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ । ଏହି ଶୋଭାଯାତ୍ରାରେ ବ୍ଲକର ୩୦୦ରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ ସଂଘର ସଭାପତି ବିଶ୍ବରଞ୍ଜନ ପଣ୍ଡା ଏହାର ନେତୃତ୍ବ ନେଇଥିଲେ। ଦାବୀ ପୂରଣ ନ ହେଲେ ଆସନ୍ତା ୨୭ ତାରିଖ ଦିନ ଭୁବନେଶ୍ବର ଠାରେ ରାଜ୍ଯ ସଂଘ ତରଫରୁ ବ୍ଯାପକ ଆନ୍ଦୋଳନର ଡାକରା ଦିଆଯାଇଛି। ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଚନ୍ଦାହାଣ୍ଡି ଉପସଭାପତି ଶୋଭାସିଂ ପୋଡ଼,ସୌରୀ ରଞ୍ଜନ ସାହୁ,କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମାଝୀ, ସମ୍ପାଦକ ଏମ୍ ବିଘ୍ନେଶ୍ବର ଆଚାରୀ, ଜିଲ୍ଲା ଉପ ସଭାପତି ତ୍ରିପତି ଦଳେଇ, ସହ ସମ୍ପାଦକ ଟିକଚନ ବାଘ, କପିଳାଶ ସୁନାନୀ, କୋଷାଧ୍ୟକ୍ଷ ରେଣୁଧର ପୂଜାରୀ, ଜିଲ୍ଲା ସଭ୍ୟ ବୃନ୍ଦାବନ ସାହୁ ,ରଞ୍ଜିତ କୁମାର ସାହୁ, ସୁଷମା ଦାଶ, ମହେନ୍ଦ୍ର ନାୟକ, ଗିରିଧାରୀ ନାୟକ, ରାଜେଶ୍ବର ଦଣ୍ଡସେନା, ରବୀନ୍ଦ୍ର ନାୟକ, ରାମଚନ୍ଦ୍ର ଧୁରୁଆ, କରେନ୍ଦ୍ର ମାଝୀ, ନାରାୟଣ ରଥ, ରମେଶ ସାହୁ,ଆଶିଷ ରଞ୍ଜନ ଖମାରୀ,ପ୍ରେମେଶ୍ବର ନାୟକ, ନଳିନୀ ମାଝୀ,ଗୋମନୀ ପୂଜାରୀ,ହୀରାଦୀ ଦେଇ, କଳ୍ପଲତା ନାୟକ,ଚନ୍ଦ୍ରିକା ଗଣ୍ଡା,ପୁଷ୍ପାଳତା ମାଝୀ,ରାଧିକା ସୋରୀ, ଦୀପାଞ୍ଜଳି ଦାସ,ରଶ୍ମିତା ସେଠି, ସଂଗୀତା ବେହେରା ,ପଙ୍କଜ ସ୍ୱାଇଁ,ଲକ୍ଷ୍ମୀଧର ସୁନା,ଅଭୟ ନାୟକ,ଯୋଗେନ୍ଦ୍ର ବେଶରା, ଡିଙ୍ଗର ଜଗତ,ଲକ୍ଷ୍ମୀଧର ପୂଜାରୀ,ପୁର୍ଣ ଗୌଡ଼,ତୁଳରାମ ସୁନାନୀ, କୁମୁଦ ବାଘ,ରମେଶ ଚନ୍ଦ୍ର ମହାରଣା ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କାଣିଗୁମା ଗ୍ରାମପଞ୍ଚାୟତ ଠାରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଆଜିଠାରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

Leave a Comment

error: Content is protected !!