ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଶକ୍ତି ଫାଉଣ୍ଡେସନ ସହାୟତା ରେ ହିତାଧିକାରୀଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶୀ ପ୍ରଦାନ

ମ.ରାମପୁର ,୨୦/୧୧ ( ମସୀହା ): ଜାତୀୟ ଗ୍ରାମୀଣ କୃଷି ବିକାଶ ବ୍ୟାଙ୍କ ନାବାର୍ଡ ସହାୟତାରେ ଏବଂ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ଥାନୀୟ ବ୍ଳକ ସମ୍ମିଳନୀ କକ୍ଷରେ ତୃଣମୂଳ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ନାବାର୍ଡ କଳାହାଣ୍ଡି ଡ଼ିଡ଼ିଏମ ମହେଶ୍ୱର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମ ରେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ପ୍ରତିନିଧି ଓଡିଶା ଜୀବିକା ମିଶନ ସୁଧୀର କୁମାର ଦାସ, ଆଦିତ୍ୟ କୁମାର ମହାକୁଡ଼,ଶାଖା ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ମ.ରାମପୁର ମାନଭଞ୍ଜନ ସ୍ୱାଇଁ , ମହାଶକ୍ତି ଫାଉଣ୍ଡେସନ ତରଫରୁ ଜଗଦୀଶ ଦାସ, ଦେବେନ୍ଦ୍ର ମିଶ୍ର , ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱୟଂ ସହାୟକ ଦଳର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ I ସାମ୍ପ୍ରତିକ ସମାଜରେ ସ୍ୱୟଂ ସହାୟକ ଦଳର ଗୁରୁତ୍ୱ ଓ ଭୂମିକା ଏବଂ ସେମାନେ କିପରି ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବେ ସେ ବିଷୟରେ ସମସ୍ତଙ୍କୁ ଦିଗ ଦର୍ଶନ ଦେଇଥିଲେ I ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ସାମିଲ ହୋଇ ଗତବର୍ଷ ମୃତ୍ୟୁବରଣ କରିଥିବା ମଟୋଗଣ୍ଡା ଗ୍ରାମର ସୁଶୀଲା କରୁଆଁ ଙ୍କ ସ୍ୱାମୀ ସତମନ କରୁଆଁ ଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥିଲା I ଏଠାରେ ସୂଚନା ଯୋଗ୍ୟ ଯେ, ମହାଶକ୍ତି ଫାଉଣ୍ଡେସନ ତରଫରୁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି I ଏଯାବତ ୧୮ ଜଣ ହିତାଧିକାରୀଙ୍କୁ ଉକ୍ତ ଯୋଜନା ରେ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଲାଭ ମିଳିଥିବା ଅନୁଷ୍ଠାନ ର ହୃଷିକେଶ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମ କୁ ଦେବେନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ଜ୍ୟୋତିଷ ନାଏକ, ମମିତା ପୂଝାରୀ ପ୍ରମୁଖ ସହଯୋଗ କରିଥିଲେ I

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଢେଙ୍କାନାଳ ଜିଲ୍ଲାରେ ରୋଟାରି କ୍ଲବ ରାଜଧାନୀ,ଭୁବନେଶ୍ୱର ଆନୁକୂଲ୍ୟରେ ସାହିତ୍ୟ ସନ୍ଧ୍ୟା ଓ ପତ୍ରିକା ଉନ୍ମୋଚନ ଉତ୍ସବ 

Sunil Chandra Nayak

କାର୍ଯ୍ୟଭାର ଗ୍ରହଣ କଲେ ଗୋବର୍ଦ୍ଧନପୁରର ନବନିର୍ବାଚିତ ସରପଞ୍ଚ ବୈଦେହୀ ମାଝୀ

Sunil Chandra Nayak

ମିଶନ ଶକ୍ତିର ଋଣ ମେଳା 

Sunil Chandra Nayak

Leave a Comment

error: Content is protected !!