ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପ୍ରସ୍ତୁତି ବୈଠକ

  ଚନ୍ଦାହାଣ୍ଡି (ମ ନି ସ) ଚନ୍ଦାହାଣ୍ଡି ବ୍ଲକ ରେ ଆଜି ବ୍ଲକର ଶତାଧିକ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନେଇ ଛାତ୍ର ସଂଗଠନ କରାଯାଇଛି l ଏଥିରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ବିଷୟରେ ବିସୃତ ଆଲୋଚନା କରାଯିବା ସହ ସଙ୍ଘଠନ କୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ଚନ୍ଦାହାଣ୍ଡି ବ୍ଲକର ପ୍ରତ୍ୟେକ ପଞ୍ଚାୟତସ୍ତରରୁ ୨ ଜଣ ଲେଖାଏଁ ଲିଡର ବଛାଯାଇଥିଲା l ବ୍ଲକ ସଙ୍ଘଠନ ପାଇଁ ପୁରୁଷ ବର୍ଗ ରେ ଶ୍ରୀ ମୁରଲୀ ଧର ପୂଜାରୀଙ୍କୁ ବ୍ଲକ ସଭାପତି ଓ ଶ୍ରୀ କ୍ଷୀରସିନ୍ଧୁ ନାଗେଶଙ୍କୁ ବ୍ଲକ ସମ୍ପାଦକ ଏବଂ ମହିଳା ବର୍ଗ ରେ ସୁଶ୍ରୀ ପାର୍ବତୀ ଧୁରୁଆଙ୍କୁ ସଭାପତି ଏବଂ ସଂଯୁକ୍ତା ପୂଜାରୀଙ୍କୁ ସମ୍ପାଦକ ଭାବେ ସର୍ବ ସହମତିକ୍ରମେ ଚୟନ କରାଯାଇଥିଲା l ଆଗାମୀଦିନରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିବା ପାଇଁ ସମସ୍ତେ ନିଷ୍ପତି ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଖଗେଶ୍ୱର ଡଙ୍ଗରି,ପ୍ରଶାନ୍ତ ନାୟକ,ସରୋଜ ନାୟକ,ଅକ୍ଷୟ କୁମାର ମାଝୀ, ତାରାକାନ୍ତ ପୂଜାରୀ,ଅଞ୍ଜଳୀ ରାଣୀ ପୂଜାରୀ,ଭୁଜମଣି ପୂଜାରୀ,ଜୟରାମ ଜାଲ,ଟିକିରାମ ସୋରି,ରାଜେଶ କୁମାର ନାୟକ,ନୃସିଂହ ନାୟକ,ଗୋଲାପ ନେଗୀ, ସୁଶାନ୍ତ ମାଳି, ତ୍ରିନାଥ ରାଉତ,ଅରକ୍ଷିତ ଟୋଲଟିଆ,ସଂଗ୍ରାମ ପୂଜାରୀ ,ଭୌରବ ମାଝୀ,ଗୌରୀ ଶଙ୍କର ଡଙ୍ଗରି, ସୁରେଶ କୁମାର ଡଙ୍ଗରି ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ବିଦୁଲତା ବେହେରା ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକ

Sunil Chandra Nayak

କାମାକ୍ଷାନଗର ଏନ୍ ଏ ସି ରେ ଜଳଛତ୍ର ର ଶୁଭ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!