ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା ଙ୍କ କବିତା ଜଗନ୍ନାଥ ଜଣାଣ 

ଜଗନ୍ନାଥ ଜଣାଣ 

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା

ମନରେ!
ଚିହ୍ନି ପାରିଲେ ତୁ ଜଗା ଉଆସ
ଦେଖିତୁ ପାରିବୁ ନିତ୍ଯ ରାହାସ |୦|
କି ସୁନ୍ଦର ଆହା ଲୀଳା ଲାଗିଛି
କନକ ବେଦିରେ ଜଗା ବସିଛି
ଘଣ୍ଟ ହୁଳହୁଳି ନାଦ ଶୁଭୁଛି
ସେନାଦେ ଭକତ ଛାତି କମ୍ପୁଛି
କଳା ଦେହେ ହୁଏ ଜ୍ୟୋତି ପ୍ରକାଶ
ମନରେ! ଚିହ୍ନିପାରିଲେତୁଜଗାଉଆସ|୧|
ପତିତ ପାବନ ବାନା ଉଡୁଛି
ପତିତଙ୍କୁ ଆସ ଆସ ଡାକୁଛି
ନାଲିଆ ଅଧରେ ଜଗା ହସୁଛି
ସେ ହସେ ପତିତ ଜନ ରସୁଛି
ଚାଲ ଯିବା ମନ କାଳିଆ ପାସ
ମନରେ!
ଚିହ୍ନି ପାରିଲେ ତୁ ଜଗା ଉଆସ|୨|
ତା ପାଖରେ କ୍ଷିର ସାଗର ଖେଳୁଛି
ହଂସ ହଂସୀ ତହିଁ ନିତ୍ଯ ବୁଲୁଛି
ସେହି ହଂସ ଯେବେ ଥରେ ଋଷୁଛି
ଜଗା ଯିବ ସୁନା ଘର ମୂରୁଛି
ଧରି ନପାରିଲେ ହୋଇବୁ ନାଶ
ମନରେ!
ଚିହ୍ନି ପାରିଲେ ତୁ ଜଗା ଉଆସ
ଦେଖି ତୁ ପାରିବୁ ନିତ୍ୟ ରାହାସ

ଜିଲ୍ଲା କେନ୍ଦୁଝର 

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ହେ ବିଘ୍ନେଶ

Sunil Chandra Nayak

ମୟୂରଭଞ୍ଜ – ଶିକ୍ଷାନୁଷ୍ଠାନର ସମସ୍ତ ଦାୟିତ୍ବ ସ୍ଵୟଂ ସହାୟିକା ଗୋଷ୍ଠୀକୁ ସଂପୁର୍ଣ୍ଣ ହସ୍ତାନ୍ତର କରାଯିବାପାଇଁ ସବୁବର୍ଗର ଶିକ୍ଷକଙ୍କ ଦାବି

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!