ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା ଙ୍କ କବିତା ଜଗନ୍ନାଥ ଜଣାଣ 

ଜଗନ୍ନାଥ ଜଣାଣ 

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା

ମନରେ!
ଚିହ୍ନି ପାରିଲେ ତୁ ଜଗା ଉଆସ
ଦେଖିତୁ ପାରିବୁ ନିତ୍ଯ ରାହାସ |୦|
କି ସୁନ୍ଦର ଆହା ଲୀଳା ଲାଗିଛି
କନକ ବେଦିରେ ଜଗା ବସିଛି
ଘଣ୍ଟ ହୁଳହୁଳି ନାଦ ଶୁଭୁଛି
ସେନାଦେ ଭକତ ଛାତି କମ୍ପୁଛି
କଳା ଦେହେ ହୁଏ ଜ୍ୟୋତି ପ୍ରକାଶ
ମନରେ! ଚିହ୍ନିପାରିଲେତୁଜଗାଉଆସ|୧|
ପତିତ ପାବନ ବାନା ଉଡୁଛି
ପତିତଙ୍କୁ ଆସ ଆସ ଡାକୁଛି
ନାଲିଆ ଅଧରେ ଜଗା ହସୁଛି
ସେ ହସେ ପତିତ ଜନ ରସୁଛି
ଚାଲ ଯିବା ମନ କାଳିଆ ପାସ
ମନରେ!
ଚିହ୍ନି ପାରିଲେ ତୁ ଜଗା ଉଆସ|୨|
ତା ପାଖରେ କ୍ଷିର ସାଗର ଖେଳୁଛି
ହଂସ ହଂସୀ ତହିଁ ନିତ୍ଯ ବୁଲୁଛି
ସେହି ହଂସ ଯେବେ ଥରେ ଋଷୁଛି
ଜଗା ଯିବ ସୁନା ଘର ମୂରୁଛି
ଧରି ନପାରିଲେ ହୋଇବୁ ନାଶ
ମନରେ!
ଚିହ୍ନି ପାରିଲେ ତୁ ଜଗା ଉଆସ
ଦେଖି ତୁ ପାରିବୁ ନିତ୍ୟ ରାହାସ

ଜିଲ୍ଲା କେନ୍ଦୁଝର 

Related posts

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁକ୍‌ଲା ବାଲ୍‌

Sunil Chandra Nayak

ଭବାନୀପାଟଣା ରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!