ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୃତଜ୍ଞତା

  କୃତଜ୍ଞତା

ଉପେନ୍ଦ୍ର କୁମାର ବସ୍ତିଆ

   
ଜୀବନ ଯୁଦ୍ଧରେ ସିପାହୀ ଜଣେ ମୁଁ 
    ହାରିନାହିଁ ହାରିବିନି 
ଆସୁ ଯେତେ ବାଧା ବନ୍ଧନ ପଛେ 
    ଫେରି ନାହିଁ ଫେରିବିନି ।
 ବିଶ୍ଵାସର ଢାଲ ହାତେ ଧରି ନେଇ 
    ଉଦ୍ୟମ କରେ ସକଳ
ଜିତିଛି ଜିତିବି ଯିତୁଥିବି ମଧ୍ୟ 
    ସମୟର ସହ ତାଳ ।
କାନ୍ଦି ବିନି ମୁହିଁ ହସୁଥିବି ସଦା 
    ଦେଖି ମଧୁମୟ ବିଶ୍ଵ 
କୃତଜ୍ଞତା ସହ ରଚିବି କବିତା 
    ବନିତା ମୁଁ ନୁହେଁ ନିସ୍ଵ ।
ଅବଳା ନୁହଁଇ ଦୁର୍ବଳତା ମନେ 
    ଶତ ସୂର୍ଯ୍ୟର ଶକ୍ତି 
ସିଂହ ବାହିନୀ ଦୁର୍ଗା ମାଆ ମୋ
    ନାରୀ ଜାତି ପ୍ରତି ନିଧି ।
ସାରା ଜଗତକୁ ବାନ୍ଧୁଥିବି ପ୍ରେମେ 
    ଶତ୍ରୁ କେ ହେବ କିମ୍ପା 
ହସେ ,ରସେ, ଭାଷେ ମହକାଇ ଦେବି 
    ହେବି ମୁ କୁସୁମ ଚମ୍ପା ।
ସମ୍ଭାବନାର ସନ୍ଦେଶ ଦେଇ ମୁଁ
    ସଙ୍ଗୀତ ଯେ ଗାଇ ଗାଇ 
ସମ୍ବେ ଦନାର ସନ୍ତକ ସହ 
    ସନ୍ତୋଷ ଭାବ ନେଇ ।
ଚାଲିଛି ଚାଲୁଛି ଆଗେଇ ଚାଲିବି 
    ଥକି ନାହିଁ ଥକିବିନି 
ଜୀବନ ସମରେ ସେନାପତି ହୋଇ 
    ହାରିବିନି ହାରିବିନି ।

ରାଉରକେଲା

Related posts

ଆଇଏଏସ୍‌ ସ୍ତରରେ ଅଦଳବଦଳ: ବିଜ୍ଞପ୍ତି ପ୍ରକାଶ ,ବେଦଭୂଷଣ, ଆଇଏଏସ ଧର୍ମଗଡ ଉପଜିଲ୍ଲାପାଳ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା,ଓଡ଼ିଶାର କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

Leave a Comment

error: Content is protected !!