ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହତାବ ଜୟନ୍ତୀ ଅବସରରେ ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର 

ଡଃ ମହତାବ ଥିଲେ ଓଡିଶାର ଉଜ୍ବଳ ଜ୍ୟୋତି ସ୍ବରୁପ ମାଗଦର୍ଶକ

 ରାଉରକେଲା/ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଥିଲେ ଓଡିଶାର ଉଜ୍ବଳ ଜ୍ୟୋତି ସ୍ବରୂପ ମାଗଦର୍ଶକ। ସେ ଥିଲେ ଭୂମି ଓ ଭୂମାପୁତ୍ର। ଆଧୁନିକ ଓଡିଶାର ନବନିର୍ମାତା ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି । ସେକ୍ଟର-୨ ସାହାନାଇ ମଣ୍ଡପ ଠାରେ ଆୟୋଜିତ ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୩ ତମ ଜୟନ୍ତୀ, ସହର ସେବା ସମିତିର ପ୍ରତିଷ୍ଠା ଦିବସ, ଓ ଆଲୋଚ୍ୟ ବିଷୟ “ଡଃ ହରେକୃଷ୍ଣ ମହତାବ ଏବଂ ରାଉରକେଲା “ର ଆଲୋଚନା କାଳରେ ଏଭଳି ମତ ପ୍ରକାଶ ପାଇଛି । ସମିତିର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ବ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ପ୍ରାଧ୍ୟାପକ ଡଃ ସନାତନ ପ୍ରଧାନ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗଦେଇ କହିଲେ ଯେ, ଡଃ ମହତାବ କେବଳ ଜଣେ ରାଜନୀତିଜ୍ଞ ନୁହଁ ଜଣେ ସୁସାହିତ୍ୟିକ, ସାମ୍ବାଦିକ,ଐତିହାସିକ ଓ ନବଉତ୍କଳର ଦୁରଦୃଷ୍ଟିସମ୍ପନ୍ନ ନିର୍ମାତା ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କାଳରେ ତାଙ୍କ ଅବଦାନ,ଆଇଟିଆଇ ସମେତ ଅନେକ ଶିକ୍ଷାନୁଷ୍ଠାନ ନିର୍ମାଣ ତଥା ସହରର ବିକାଶ ସକାଶେ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ । ଅନ୍ୟତମ ବକ୍ତା ଭାବେ ସମାଜସେବୀ ପି.ପି. ରାୟ ଡଃ ମହତାବଙ୍କ ସହ ବିତାଇଥିବା ମୁହୁର୍ତ୍ତର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ୨୦୨୨- ୨୦୨୩ ପାଇଁ ସମିତିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ଶ୍ରୀ ଦାଶଙ୍କ ସଭାପତିତ୍ବ ଅଭିଭାଷଣ ସହ ଡଃ ମହତାବଙ୍କୁ ଭାରତମାତାର ଅନ୍ୟତମ ରତ୍ନ ସଦୃଶ ବୋଲି ଅଭିହିତ କରିଥିଲେ। ସାଧାରଣ ସଂପାଦକ ରାଜେଶ ବାନାର୍ଜୀ ସଂପାଦକୀୟ ବିବରଣୀ ପାଠ ଓ କାର୍ଯ୍ୟକାରୀ ସଭାପତି ସୁନିଲ୍ କୟାଲ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉପସଭାପତି ପୁଷ୍ପା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ଅନୁଷ୍ଠାନର ସହଯୋଗୀ ସଂସ୍ଥା ” ମ୍ୟୁଜିକ ଥେରାପି ” ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଅଜୟ କୁମାର ଖଟୁଆ, ମନୋରଞ୍ଜନ ଦାଶ,ପ୍ରଜ୍ଞା ପରମିତା ସାହୁ, ସ୍ମିତା ମିଶ୍ର, ସୁନିଲ୍ କୟାଲ, ଉପଦେଷ୍ଟା ଶୈଳେନ୍ଦ୍ର ମହାନ୍ତି, ରାଜଦୀପ ମହାନ୍ତି, ରଞ୍ଜନ ପଟ୍ଟନାୟକ, ହିମାଂଶୁ ମହାନ୍ତି,ଏସ.ଏମ. ଅଲ୍ଲୀ, ଅସିତ ଦାସ, ଜୀବନ ସିଂ ମୁଣ୍ଡା,ଏମ ମାଲେଶ୍ବରମ, ଶୁଭେନ୍ଦୁ ସାହୁ ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ସରୋଜ କୁମାର ପଣ୍ଡା,ତ୍ରିନାଥ ଲୋହାର, ରଜନୀଶ ସିଂ ଓ ଶଙ୍କର ସହଯୋଗ କରିଥିଲେ । ସର୍ବଶ୍ରୀ ରାଜୀବ ସିଂହ,ଚନ୍ଦ୍ରଶେଖର ପାଢୀ, ବିନୋଦ ରାଉତ,ପ୍ରଫୁଲ୍ଲ ନାୟକ ଓ ଅନ୍ୟମାନେ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ – ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୧୦ କଳାକାର ଆହତ

Sunil Chandra Nayak

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

ଲଘୁଚାପ ଜନିତ ଲଗାଣ ବର୍ଷା,ହାତୀନଦୀରେ ବନ୍ୟା, ଅନେକ ଚାଷଜମି ପାଣି ଘେରରେ, ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

Leave a Comment

error: Content is protected !!