ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ମିଠା ଦରଦ

ମିଠା ଦରଦ

ସରୋଜ କୁମାର ସାହୁ

ଚୁପି ଚୁପି କାନେ କହି ଛୁଇିଁ ଦିଏ ମଥା,
ବୋଳି ଦେଇ ଦେହ ସାରା ପ୍ରୀତିର ବାରତା।
ରୁଣୁ ଝୁଣୁ ପାଉଜିଁର ସୁର ଲୟ ଭୁଲି,
ଝୁଟି ଆସେ ଗୋରା ପାଦ ତୋ ପାଖକୁ ଚାଲି।
ନିତି ଆସି ସପନରେ ଭାଙ୍ଗେ ଯିଏ ନିଦ,
ମୁଁ ପରା ତୋର ସେହି ମିଠାର ଦରଦ।
ମିଞ୍ଜି ମିଞ୍ଜି ଆଲୁଅରେ ଝୁରେ ତୋର ଆଖି,
ସେଇ ଆଶା ମନେ ଜାଗି ରାତି ଆଣେ ଡାକି।
ଯାହା ପାଇିଁ ଶେଜ ତୋର ଅସଜଡା ହୁଏ,
କେତେ ଦିନୁ ଜାଣି ନାହିଁ ତୋତେ ଭଲପାଏ।
ଛୁଇଁ ନାହିଁ ଭ୍ରମର କି କୋଉ ପ୍ରଜାପତି’
ତୋ ପାଇଁକି ସାଇଛିତି ମୋ ମନେ ପୀରତି।
ଉଛୁଳା ଯୌବନ ସାଥେ ଢଳ ଢଳ ଦେହ,
କେବେ ନେବ ଚୋରାଇକି ପ୍ରିୟ ଥରେ କୁହ।
ଫଗୁଣର ଯେତେ ରଙ୍ଗ ମୋ ଦେହରେ ଭରା,
ଖିଲି ଖିଲି ମିଠା ହସ ଢାଳି ଦିଏ ପରା।
ଫୁଲର କୋମଳ ଛୁଆଁ ଲିଭିନି ଅଙ୍ଗରୁ,
ବାହା ମେଲି ତୋଳି ନିଅ ଝରିବା ଆଗରୁ।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

Related posts

ନିରୁପମା ପାଣି ଙ୍କ ଗଳ୍ପ ସମୟର ମୋଡ

Sunil Chandra Nayak

କବି ମୋହନ ଭଟ୍ଟ ପୂଣ୍ୟ ଉତ୍କଳ ଫାଉଣ୍ଡେସନରେ ସମ୍ମାନିତ

Sunil Chandra Nayak

ବନ ବିଭାଗ ଓ ପ୍ରେସକ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!