ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଟାଗାଁ ମୌଜାରେ ଧାନ ଫସଲ ନଷ୍ଟ :କ୍ଷତିପୂରଣ ଦାବୀ

ତେନ୍ତୁଳିଖୁଣ୍ଟି – ୨୩ /୧୧/୨୨ ତେନ୍ତୁଳିଖୁଣ୍ଟି ତହସିଲ କଣ୍ଟାଗାଁ ମୌଜାରେ ଚଳିତ ଖରିଫ ଋତୁରେ ଗୁଣ୍ଡି ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି । ଚାଷୀମାନେ ନିର୍ଦ୍ଧାରିତ ମାପ ଅନୁସାରେ କୀଟ ନାଶକ ପ୍ରୟୋଗ କରିଥିଲେ। ଧାନ ଫସଲ କାଟିବାକୁ ଯାଇ ଗୁଣ୍ଡି ପୋକ ଯୋଗୁଁ କ୍ଷତି ର ପରିମାଣ ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । ଅଧିକାଂଶ ଚାଷୀ କ୍ଷୁଦ୍ର ଅଥବା ନାମମାତ୍ର ଚାଷୀ ହାତ କରଜ ଅବା କୌଣସି ଆର୍ଥିକ ଅନୁଷ୍ଠାନ ରୁ କରଜ କରିଥିଲେ । କିଛି ଚାଷୀ ପ୍ରଧାମମନ୍ତ୍ରୀ ଫସଲ ବୀମା ଯୋଜନା ରେ ପ୍ରିମିୟମ ରାଶି ବାନ୍ଧି ଥିବା ବେଳେ କିଛି ବାନ୍ଧି ନାହାଁନ୍ତି। ବର୍ତ୍ତମନର କ୍ଷତି ଭରଣା କିପରି କରିବେ ବର୍ଷ ଯାକ ଚଳିବେ କିପରି ହାତ ଉଧାର ଶୁଝିବେ କିପରି ଚିନ୍ତାରେ ଚାଷୀ। ଏଣୁ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଉଚିତ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବୀ ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି।ଡମ୍ବରୁ ଧର ଭତ୍ରା,ଜଗନ୍ନାଥ ନାୟକ,ଗୋକୁଳ ନିଧି ବିଶୋଇ,ଦୀପକ କୁମାର ନାୟକ, ଖୀରସିନ୍ଧୁ ବିଶୋଇ,ହରିଚନ୍ଦ୍ର ନାୟକ,ନୀଳକଣ୍ଠ ଦିସାରି,ଲଳିତ ମନ ଗୌଡ଼, କୃତିବାସ ବିଶୋଇ, ପ୍ରମୁଖ ଚାଷୀ ଙ୍କ ଠାରୁ ତହସିଲଦାର ଙ୍କ ଅନୁପସ୍ଥିତି ରେ ବଡ଼ବାବୁ ଦାବିପତ୍ର ଗ୍ରହଣ କରିଛନ୍ତି ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପାଳିତ ହେଲା ଐତିହସିକ ପୋଡାଗଡ ଦଶହରା 

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

ମମତା ସାହୁ ଙ୍କ କବିତା ପିତୃପକ୍ଷ

Sunil Chandra Nayak

Leave a Comment

error: Content is protected !!