ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

ନବରଙ୍ଗପୁର ତା. ୨୩.୧୧.୨୦୨୨,ବୁଧବାର :(ମସିହା)  ଆଜି ନବ ଗଠିତ ଉତ୍କଳ ସମ୍ମିିଳନୀ, ନବରଙ୍ଗପୁର ଶାଖାର ସଦସ୍ୟ ମାନେ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ଏକ ସୌଜନ୍ୟ ମୁଳକ ସାକ୍ଷାତ କରିବା ସହ ଭାଷା, ସଂସ୍କୃତି, ପରମ୍ପରା ତଥା ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରାଇଥିଲେ। ବିଭିନ୍ନ ସମୟରେ ପଡୋଶୀ ରାଜ୍ଯ ଛତିଶଗଡ଼, ଭାଷା, ସଂସ୍କୃତିକୁ ନେଇ ସ୍ଥାନୀୟ କୋଷାଗୁମୁଡ଼ା, ଡାବୁଗାଁ, ଉମରକୋଟ ତଥା ରାଇଘର ର ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ନିଜର ଉପସ୍ଥିତି ଜାହିର କରିବା ସହ ଆମ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ନୂଆ ନୁହେ, କିନ୍ତୁ ବିଭିନ୍ନ ସମୟରେ ଗଣ ମାଧ୍ଯମ ତଥା ଜନ ଅସନ୍ତୋଷ ଉତ୍କଳ ସମ୍ମିଳନୀ ର ସଦସ୍ୟ ମାନଙ୍କ ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା । ଦୀର୍ଘ ୧୦ ଟି ବିଷୟ ସମ୍ବଳିତ ସମସ୍ୟା ଭିତରେ ସ୍ବାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ, ବନ ସୁରକ୍ଷା ସହ ନଦୀନାଳ, ବଣଜଙ୍ଗଲ ଜାତ ପ୍ରାକୃତିକ ସମ୍ପଦ ର ହରିଲୁଟ ବିଷୟ ଓ ଅନୁପ୍ରବେଶ ଉପରେ ଗୁରୁତ୍ବ ଦେଇ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଥିଲା । ସର୍ବପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ସୁଷମ ବଣ୍ଟନ ହୋଇ ନ ପାରିବା ସଦସ୍ୟ ମାନଙ୍କୁ ମ୍ରିୟମାଣ କରିଥିବାରୁ , ପ୍ରାଥମିକ ସ୍ତରରେ ଏହାର ସୁଧାର ଆଣିବାକୁ ପ୍ରଶାସନ ର ଦୃଷ୍ଟି କୁ ଅଣାଯାଇଥିଲା । ଏଥି ସଂଲଗ୍ନ ସମାଧାନ ପାଇଁ ସଂଗଠନ ତରଫରୁ ସବୁ ସମୟରେ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଆଜିର ଏହି ସାକ୍ଷାତକାରରେ ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ର ସଭାପତି ଜଗନ୍ନାଥ ମହାପାତ୍ର, ଉପ ସଭାପତି ଅଶୋକ କୁମାର ପଟ୍ଟନାୟକ, ଡ. ବିଜୟ କୁମାର ମିଶ୍ର, ସଂପାଦକ, ଦୁର୍ଗା ପ୍ରସାଦ ପାଢୀ, ସଂଗଠନ ସଂପାଦକ ବାଙ୍କ ବିହାରୀ ବିଷୋୟୀ,କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ର ଏବଂ ବିରେନ୍ଦ୍ର ମୋହନ ନାୟକ ଯୋଗ ଦେଇଥିଲେ। ସଂଗଠନର ସଭାପତି ଜଗନ୍ନାଥ ମହାପାତ୍ର, ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ କୁ ବିସ୍ତାର କରିବା ସହ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ଚେ଼ଷ୍ଟା କରାଯିବ ବୋଲି କହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟିର ସ୍ବର୍ଗ ।।

Sunil Chandra Nayak

ଲଡୁଗାଁରେ ଗୋପାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଦୁଃଖିରାମ ସା ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ 

Sunil Chandra Nayak

Leave a Comment

error: Content is protected !!