ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ମାଣବସା ବ୍ରତ

ମାଣବସା ବ୍ରତ

                ଅନ୍ନପୂର୍ଣ୍ଣା ସାହୁ

ଗାଁ ପୁରପଲ୍ଲୀ ସହର ନଗରୀ
               ଆସରେ ସଭିଏଁ ନାରୀ( ୧)
କରିବା ପୁଣି ଏ ମାଣବସା ବ୍ରତ
             ମାଙ୍କୁ ମନେ ସୁମରି (୨)
ମାର୍ଗଶିର ସାର ଲକ୍ଷ୍ମୀ ପାଇଁ ପୁଣି
           ସେଥିରେ ଥିବା ଗୁରୁବାର। (୩)
ସକାଳୁ ଉଠିବ ଦାଣ୍ଡ ପହରିବ
         ଘରଦ୍ୱାର କରି ନିଚିପର ।(୪)
ଲକ୍ଷ୍ମୀ ପାଦ ପଦ୍ମ ଝୋଟି ଅଙ୍କିଦେବ
        ଷୋଳକୋଟି କାଟିବ ଜତନେ ।(୫)
ପାଦରେ ଅଳତା ପିନ୍ଧି ଶୁକ୍ଳ ଲୁଗା
       ମାଙ୍କୁ ସୁମାରିବା ମନେ ।(୬)
ଚୂଳ,ଆଖୁ, ମୂଳା, ଶୁକ୍ଲ ଧାନକୁ ଆଣିବ
       ଖଟୁଲିରେ ସଜାଡ଼ିବା ନେଇ।(୭)
ଧାନ ମେଣ୍ଟା କରି ଉପରେ ଥୋଇବ
      ଉତାରି ଦେବ ଘୋଡାଇ।(୮)
ଆରିସା, କାକରା, ଖିରୀ,ପୁରୀ ଆଉ
      ଦଶପୁରରେ ମଣ୍ଡା ସଜାଇ।(୯)
ଧୂପ ଦ୍ଵୀପ ନେଇବେଦ୍ୟ ଲଗାଇବ
      ଲକ୍ଷ୍ମୀ ମାଙ୍କ ପାଖରେ ଯାଇ(୧୦)
ଭକ୍ତିଭରେ ଲକ୍ଷ୍ମୀପୁରାଣ ପଢ଼ିବ
          ମାଙ୍କ ଆରାଧନା ପାଇ(୧୧)
ନିତି ମନ୍ତେ କଲେ ମା ଲକ୍ଷ୍ମୀ ପୂଜା
    ମିଳେ ଆଶିର୍ବାଦ ଯୁଗ ଯୁଗ ପାଇଁ (୧୩)

        ବାଲିଅନ୍ତା,ଭୁବନପୁର

Related posts

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୁଆଁଖାଇ ଭେଟଘାଟ ଓ ବଂଧୁମିଳନ

Sunil Chandra Nayak

ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ ଠାରେ କାଉଚ୍ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!