ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିହଲପ୍ରସାଦରେ ଲୁଟ୍ ହେଉଛି ଖଣିଜ ସଂପଦ , ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

ଢେଙ୍କାନାଳ(ମସୀହା)୨୩/୧୧: ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଅଞ୍ଚଳରେ ଥିବା ହୁଣ୍ଡାଡୁଗୁରୀ ପାହାଡରୁ ମାଫିଆମାନେ କଳାମୁଗୁନି ପଥର କାଟି କାଟି ତାକୁ ଜଳାଶୟରେ ପରିଣତ କରିଦେଲେଣି । ଏଥିସହ ବେଆଇନ୍ ଭାବେ ଅନେକ ମାଙ୍କଡାପଥର ଖଣିରେ ଖନନ ଚାଲିଛି । ଦିନରାତି ବିସ୍ଫୋରଣରେ ଅଞ୍ଚଳ ଥରି ଉଠୁଛି । ପ୍ରଶାସନର ବିପୁଳ ରାଜସ୍ୱ ହାନୀ ହେଉଥିବାବେଳେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତ ସରକାରୀ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍ ବସୁଛନ୍ତି । ଏହି ଅଞ୍ଚଳରେ ବଢି ଚାଲିଥିବା ଖଣିଜ ସଂପଦ ଚୋରୀ ରୋକିବାକୁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, ଯାଜପୁର ଜିଲ୍ଲାକୁ ଲାଗି ରହିଥିବା ନିହଲପ୍ରସାଦ ଅଞ୍ଚଳ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ଏଠାରେ ଥିବା ହୁଣ୍ଡୁଡୁଗୁରି ପାହାଡରେ ମୂଲ୍ୟବାନ କଳାମୁଗୁନି ପଥର ମହଜୁଦ ଥିବାବେଳେ ମାଫିଆମାନେ ପାହାଡକୁ କାଟି ୨୦ ଫୁଟ ଗଭୀର ବିଶିଷ୍ଟ ପୋଖରୀରେ ପରିଣତ କରିଦେଲେଣି । ପ୍ରଚୁର ପରିମାଣରେ ଖଣିଜ ସଂପଦ ଲୁଟ୍ ଚାଲିଥିବାବେଳେ କୌଣସି ଅଙ୍କୁଶ ଲାଗୁନି । ଏହାଦ୍ୱାରା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବାବେଳେ ମାଫିଆମାନେ ମାଲେମାଲ ହେଉଛନ୍ତି । ଏହା ବ୍ୟତୀତ ପାହାଡ ନିକଟରେ ଥିବା ରାଇସ୍ ମିଲ ବେଆଇନ୍ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗଗୁଡିକର ସରଜମିନ୍ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜସ୍ୱ ହାନୀ ରୋକିବା ପାଇଁ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ନିହଲପ୍ରସାଦର ତାପସ ଜେନା, ପ୍ରତାପ ପାଲ, ଲିକୁନ ଧଳ, ବାବୁଲି ଜେନା, ସଞ୍ଜିତ ପୃଷ୍ଟି, ମନୋଜ ଧଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

Sunil Chandra Nayak

ରୋଷେୟା ତଥା ସେବାୟତ ସଙ୍ଘ ର ଜିଲ୍ଲାସ୍ତରୀୟ ବୈଠକ

Sunil Chandra Nayak

ବହଳଦା: କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!