ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଆନନ୍ଦରେ ଭରା

ସକାଳର ଜଣାଣ

ଆନନ୍ଦରେ ଭରା

 ବିଜୟ କୁମାର ଜେନା

ମୁକ୍ତ ଆକାଶକୁ ଥରେ ଦେଖି ନିଅ
     ଚଢ଼େଇ ଗାଉଛି ଗୀତ 
ପାହାଡି ଝରଣା କୁଳୁ କୁଳୁ ହୋଇ 
    ଗାଏ ସୁନ୍ଦର ସଙ୍ଗୀତ।
ମଣିଷ ଜୀବନ ସଙ୍ଗୀତରେ ଗଢା
     ଆନନ୍ଦ ବିଷାଦ ମିଶା
ପରମ ଇଶ୍ଵର କୃପା କରିଛନ୍ତି
    ଦେଇଛନ୍ତି ରାଗ ରୁଷା।
କେହି ଜଣେ ଖାଲି ସୁଖରେ ବଞ୍ଚିନି
  ଦୁଃଖ ଆସେ ବେଳେ ବେଳେ 
ଜୀବନ ପାଇଁକି ଉଭୟ ଯେ ଲୋଡା
     ସ୍ଥିର ନୁହେଁ ରସା ତଳେ।
କାହିଁକି ଭାବିବା ମଣିଷ ଜୀବନ
     ନିରାଶର ଖାଲି ବାଲି
ଜୀବନ ଜିଇଁଲେ ଆନନ୍ଦ ଭାରଇ
     ଇଶ୍ଵର ଙ୍କ ଦାନ ବୋଲି।
ଜନ୍ମ ନେଇ ଅଛୁ ତାଙ୍କରି ପାଇଁକି
    ତାଙ୍କ ଚିନ୍ତା କାମ ପାଇଁ
କାମ ସରି ଗଲେ ନିଅନ୍ତି ପାଖକୁ
      କାଳିଆ ଜଗତ ସାଇଁ।
ଯେତିକି ସମୟ ବଞ୍ଚିବା ମହୀରେ 
      ଆନନ୍ଦରେ କାଟି ଦିନ
ମଣିଷ ଜୀବନ ହେବ ରସାଣିତ
   ଏକଥାକୁ ଦିଅ ଧ୍ୟାନ।
  ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼

Related posts

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଯୁବପିଢ଼ିଙ୍କୁ ନିତିନିଷ୍ଠ କରିବ ତାରୁଣ୍ୟର ଅଭିଷେକ…

Sunil Chandra Nayak

ପ୍ରେମଲତା ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

Leave a Comment

error: Content is protected !!