Uncategorizedତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ by Sunil Chandra NayakNovember 25, 2022063 Share0 ଜୀବନର ବାଟ ତ୍ରିଲୋଚନ ପାଢୀ (ଶିକ୍ଷକ ) ଜୀବନର ବାଟ ଭାରି ଅଙ୍କାବଙ୍କା ବାଟ ସାରା ଖାଲଢିପ ଜୀବନ ବାଟରେ ଚାଲୁଥିଲା ବେଳେ କେବେ ସୁଖ ପୁଣି ଦୁଃଖ l ଜୀବନର ବାଟ ବଡ଼ କଣ୍ଟକିତ ଚାଲିଵା ଟା ବଡ଼ କଷ୍ଟ ସବୁ କଷ୍ଟ ସହି ବାଟ ଚାଲୁଥିଲେ କଷ୍ଟରୁ ମିଳନ୍ତି କୃଷ୍ଣ l ଜୀବନ ବାଟରେ ଚାଲୁଥିଲା ବେଳେ ମିଳିଥାନ୍ତି କେତେ ସାଥି ପରିବାର ଠାରୁ ବନ୍ଧୁ ପରିଜନ ସ୍ୱାର୍ଥରେ ବ୍ୟସ୍ତ ରୁହନ୍ତି l ଭକ୍ତି ର ବାଟରେ ଭଗବାନ ପ୍ରାପ୍ତି ଲାଭ ହୁଏ ବିଭୁ କୃପା ଚାଲି ନଜାଣି ଯେ ବାଟ ଦୋଷ ଦିଏ ସିଏ ବଡ଼ ହତଭାଗା l ସଂସାର ହାଟରେ ବାଟ ର ବାଟୋଇ କରୁଛେ ହାଟ ସଉଦା ହାଟ ଚାଲୁଥିବ ବାଟ ସରିଯିବ ଏକା ଆସିଥିଲେ ଚାଲିଯିବା ଏକାଏକା ll ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ :-ନନ୍ଦିଗ୍ରାମ ଭାୟା :-ନାଉଗାଁ ହାଟ ଜିଲ୍ଲା :-ଜଗତସିଂହପୁର