ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆଜି ମନ ଖୋଲି କହିବି

ଆଜି ମନ ଖୋଲି କହିବି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ପିଲା ବେଳୁ ବେଶୀ ନଖରାମି ମୋର
ହସରେ କଥା ଉଡାଇବି
ଗାଳି ଖାଇଦେଲେ ସଜାଗ ହୋଇକି 
ପଛକୁ ଫେରି ନ ଚାହିଁବି
ଆଜି ମନ ଖୋଲି କହିବି….(୦)
ଭଲରେ ଭଲ ମୁଁ ମନ୍ଦରେ ବି ଭଲ
କାହା କଥା କେବେ ଧରେନି
ସବୁ ଭୁଲିଯାଏ ସୁଖ ଦୁଃଖ ମୋର
ତେଣୁ କଷ୍ଟ କେବେ ହୁଏନି
ହସୁଥାଏ ସଦା ଦୂର ହୁଏ ବାଧା
କାହା ସାଥେ କିଆଁ ଲଢ଼ିବି…(୧)
ଦୟା ଧର୍ମ କ୍ଷମା ନ୍ୟାୟର ପଥରେ
ଚାଲିବୁ ତୁ ସଦା ଜୀବନେ 
ବୋଲି ମୋର ବୋଉ କହି ଯାଇଛନ୍ତି
ଗଣ୍ଠି ପକାଇଛି ତା ମନେ
ଜୀବ ଠାରେ ଦୟା ନାମରେ ବିଶ୍ଵାସ
ରଖି ସୁଖ ଦୁଃଖ ସହିବି….(୨)
ଏ ଜୀବନ ମୋର ଅତୀବ ସୁନ୍ଦର 
କିମ୍ପା କାହା ସହ କଜିଆ
କରିବି ତୁଛାରେ କଷ୍ଟ ଭୋଗିବାକୁ
ଥରାଇବାକୁ ମୋର ହିଆ
ଯେତେ ଦିନ ଥିବି ମନ କିଣୁଥିବି
ସଭିଙ୍କୁ ଆପଣା କରିବି….(୩)

ଫୁଲବାଣୀ, କନ୍ଧମାଳ

Related posts

ନର୍ଲା ବ୍ଲକରେ ବଡ଼ ଖବର ସମ୍ପାଦକଙ୍କ ଗିରଫକୁ ବିଭିନ୍ନ ସଙ୍ଗଠନରେ ନିନ୍ଦା

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଓ ସି ଏ ଭିଜନ୍ 24 ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

Sunil Chandra Nayak

Leave a Comment

error: Content is protected !!