ଫୁଲବାଣୀ ପ୍ରେସକ୍ଲବ ଠାରେ ୭୩ ତମ ପବିତ୍ର ସାଧାରଣତନ୍ତ୍ର ଦିଵସ ପାଳିତ ହୋଇ ଯାଇଛି l
ଏହି ଅବସରରେ ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା lଏଣୁ ଏହି ଦିବସକୁ ସର୍ବଦା ମନେରଖିବା ପାଇଁ ଆମ୍ଭେ ସାଧାରଣତନ୍ତ୍ର ଦିବସ କୁ ପାଳନ କରିଥାଉ ବୋଲି ଉଦବୋଧନ ଦେଇ କହିଥିଲେ l ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସକ୍ଲବ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଅଜିତ ମହାରଣା, ବରିଷ୍ଠ ସାମ୍ବାଦିକ ଶିବପ୍ରସାଦ ତ୍ରିପାଠୀ, ଉପସଭାପତି ସୁନୀଲ କୁମାର ବିଶ୍ୱାଳ, କାର୍ଯ୍ୟକlରୀ ସଭାପତି ଅଶୋକ ପରିଡା, ଶିବରାମ ନାୟକ ରାମନାୟକ,ପ୍ରଶାନ୍ତ କୁମାର ଜେନା ଶିବ ବିଶ୍ୱାଳ, ନାରାୟଣ ସାହୁ, ଅଶୋକ ମହାନ୍ତି,କାହ୍ନୁଚରଣ ଶତପଥି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ବୈଦ୍ୟନାଥ ନାୟକ ,ହୂରଞ୍ଜନ ସେଠୀ , କାହ୍ନା ଦିଗାଲ , ଦୁଃଖିଶ୍ୟାମ ପ୍ରଧାନ, କାହ୍ନl ପଟନାୟକ, ଜୟଶେନ ପରିଡା,ରାଧାମୋହନ ମହାପାତ୍ର, ଶିବାନନ୍ଦ ପଟନାୟକ ପ୍ରଶାନ୍ତ ବେହେରା, ,ରଞ୍ଜନ ଦାସ, ସଞ୍ଜୟ ପାତ୍ର ବୀରେନ୍ଦ୍ର ସୁବୁଦ୍ଧି, ଶିବାନୀ ସୁଆର ପ୍ରମୁଖ ଉପସ୍ଥିତ ଥିଲେ l ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ