ମୁସ୍କୁଟୀ(ନିପ୍ର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଓ କେସିଙ୍ଗା ରେଞ୍ଜ ଅନ୍ତର୍ଗତ ବଜ୍ରଗଡ ସଂରକ୍ଷିତ ଜଙ୍ଗଲ କ୍ରମଶଃ ଧ୍ୱଂସ ଆଡ଼କୁ ମୁହାଁଉ ଥିବା ଦେଖାଯାଇଛି। ଉକ୍ତ ଜଙ୍ଗଲରୁ ବହୁ ସଂଖ୍ୟାରେ ଜାଲେଣୀ କାଠ ବିକ୍ରି କରିବା ପାଇଁ ସ୍ଥାନୀୟ ବ୍ୟବସାୟୀମାନେ ସାଇକେଲ ଯୋଗେ ଜଙ୍ଗଲର ମୂଲ୍ୟବାନ କାଠ ଗୁଡ଼ିକୁ କାଟି ବିକ୍ରି କରୁଥିବା ଦୃଷ୍ଟିକୁ ଆସିଛି। ବ୍ୟବସାୟୀଙ୍କୁ ସହ ସଂପୃକ୍ତ ଜଙ୍ଗଲ ଅଧିକାରୀଙ୍କ ହାତ ଥିବ ବୋଲି କୁହାଯାଉଛି। ଜଙ୍ଗଲ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ନିଷ୍କ୍ରିୟତା ଯୋଗୁଁ ଏହି ଜଙ୍ଗଲ ଧ୍ବଂସର ମୁଖ୍ୟ କାରଣ ହେବ ବୋଲି ଜଙ୍ଗଲ ପ୍ରେମୀମାନେ ଆଲୋଚନା କରୁଛନ୍ତି। ଯାହା ଫଳରେ ଦିନେ ନା ଦିନେ ଏହି ଜଙ୍ଗଲ ଅଞ୍ଚଳ ଟାଙ୍ଗରା ଭୂଇଁରେ ପରିଣତ ହେବ। ରାଜ୍ୟ ସରକାର ନୂତନ ଭାବେ ବନୀକରଣ ଦିଗରେ ଅଧିକ ଗୁରୁତ୍ବ ପ୍ରଦାନ କରି ବହୁ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ଏହି ଜଙ୍ଗଲ ସୁରକ୍ଷା ଦିଗରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି। ନିଯୁକ୍ତି ପାଇଁ ଥିବା ବନକର୍ମଚାରୀମାନେ ଏଣେତେଣେ ନିଜର ଉପୁରି ପାଇଁ ଏହି ଜଙ୍ଗଲ ଉପରେ ଦୃଷ୍ଟି ରଖିଛନ୍ତି। ଜଙ୍ଗଲ ପରିସରରୁ ଦୈନିକ ଟ୍ରାକ୍ଟର ଯୋଗେ ଗେଟି, ଚିପ ବିନା ରୋୟାଲଟିରେ ଚୋରା ଚାଲାଣ କରାଯାଉଥିବା ଯୋଗୁଁ ସରକାରଙ୍କ ବ୍ୟାପକ ରାଜସ୍ଵହାନୀ ଘଟୁଥିବାରୁ ତୁରନ୍ତ ଏହି ଜଙ୍ଗଲର ସୁରକ୍ଷା ଦିଗରେ ଉଚ୍ଚ ଅଧିକାରୀମାନେ ଦୃଷ୍ଟି ଦେଲେ ଧ୍ୱଂସ ଜଙ୍ଗଲ ରକ୍ଷା ପାଇବ ବୋଲି ଜନସାଧାରଣରେ ଆଲୋଚନା ହେଉଛି।
ଚତୃଭୂଜ ପଟେଲ , ମୁସ୍କୁଟୀ ମସୀହା ପ୍ରତିନିଧି।