ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ଟସାର୍କିଟ ଯୋଗୁଁ ନିଆଁ ଲାଗି ଘର ଜଳିଗଲା… ଅଲ୍ପକେ ବର୍ତ୍ତିଲେ ୭୫ ବର୍ଷିୟା ବିଧବା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଆଦର୍ଶ ବୋରପଦର ଗ୍ରାମ ପଞ୍ଚାୟତ ସ୍ଥିତ ତେଲିସରାବାଲି ଗାଁ ରେ ଝାଟିମାଟି କୁଡ଼ିଆରେ ରହୁଥିବା ବିଧବା ମାଲତି ଭୋଇ ଙ୍କ ଘରେ ସକାଳ ପ୍ରାୟ ୯ ଘଣ୍ଟା ସମୟରେ ହଠାତ୍ ଇଲେକ୍ଟ୍ରି ସର୍ଟସାର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ଘରର ଅନେକ ଉପକରଣ ଜିନିଷ ପତ୍ର ନିଆଁ ରେ ଜଳି ନଷ୍ଟ ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖବର ପାଇଁ ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ନିଆଁ କୁ ଆୟତ କରିଥିଲେ, ଶେଷରେ ବୋରପଦର ଗ୍ରାମ ପଞ୍ଚାୟତ ର 8 ନମ୍ବର ଓ୍ବାଡମେମ୍ବର ରାଜ କୁମାର ଦେହେରିଆ ନାଏକ ସରପଞ୍ଚ ମଥିଲା ସାହୁ ଙ୍କୁ ଫୋନ‌ ଯୋଗେ ଜଣାଇଥିବାରୁ ଉଭୟେ ମିଶି ବିଧବା ମାଲତି ଭୋଇ ଘରକୁ ଯାଇଥିଲେ ଏବଂ ସ୍ଥାନୀୟ ଆର ଆଇ ସତ୍ୟ ନାରାୟଣ ପଟ୍ଟନାୟକ ଓ ହେଲକୋ କଳାହାଣ୍ଡି କୁ ଯୋଗାଯୋଗ କରିଥିଲେ, ଏବଂ ଘଟଣା ସ୍ଥଳରେ ପହଞ୍ଚି ପଟ୍ଟନାୟକ ନଷ୍ଟ ହୋଇଥିବା ପରିବାର କୁ ସରକାର ତରଫରୁ ଆସୁଥିବା ଜରି ଖଣ୍ଡିଏ ଦେଇଥିଲେ ଓ ହେଲକୋ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସଭାପତି ଲିଙ୍ଗରାଜ ସାହୁ ଓ ନାଏକ ସରପଞ୍ଚ ମଥିଲା ସାହୁ ପରିବାର ଲୋକଙ୍କୁ ଶୀତ ରୁ ରକ୍ଷା ପାଇବା ପାଇଁ କମଲ ଓ ଶାଢ଼ୀ ଦେବା ସହ ଆଗାମୀ ଦିନରେ ସୁବିଧା ର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନାଏକ ସରପଞ୍ଚ ଓ ହେଲକୋ କଳାହାଣ୍ଡି ଲିଙ୍ଗରାଜ ସାହୁ ଓ ସରୋଜ ସାହୁ ଙ୍କ ଏଭଳି କାର୍ଯ୍ୟକୁ ଦେଖି ଜନସାଧାରଣ ଙ୍କ ମନରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟର

Sunil Chandra Nayak

Leave a Comment

error: Content is protected !!