ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଙ୍କ ଦ୍ଵାରା ବାବନ୍ଧ ଗ୍ରାମ ରେରକ୍ତ ଦାନ ଶିବିର ଓ ବଡ ସାହି ରାସ୍ତା ଉଦଘାଟିତ

ଢେ଼ଙ୍କାନାଳ( ମସୀହା)୨୮/୧୧_ଗତ କାଲି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମ ପଞ୍ଚାୟତରେ ବାବନ୍ଧ ପ୍ରଗତି ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଙ୍କ ସହ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଉକ୍ତ ଶିବିର ରେ ମୋଟ୍ ୭୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ପରେ ପରେ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ SPF ଅନୁଦାନ ପାଣ୍ଠିରୁ ନିର୍ମାଣଧିନ ବଡ ସାହି ରାସ୍ତା କୁ ହିନ୍ଦୋଳର ପ୍ରିୟ ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତ ପ୍ରତିନିଧି ଓ ଅଞ୍ଚଳର ବିଜୁ ଜନତା ଦଳର କର୍ମକର୍ତ୍ତା ଓ କିଛି ବୁଦ୍ଧିଜୀବି ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ ଜଣେ ମୃତ, ୨ ଜଣ ଗୁରୁତର, ଜଣେ ଆକ୍ରାନ୍ତ

Sunil Chandra Nayak

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନରେ ରକ୍ତଦାନ ଶିବିର

Sunil Chandra Nayak

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!