ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର

ଜୟପାଟଣା:୨୮/୧୧ ଜନସାଧାରଣଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମିତ୍ତ ପୂର୍ବରୁ ଜିଲ୍ଲା ସଦର ମହକୁମା ଗୁଡିକରେ ଅଭିଯୋଗ ପ୍ରକୋଷ୍ଠର ଓ ସମାଧାନ ଶିବିର ଆୟୋଜିତ ହେଉଥିଲା । ରାଜ୍ୟ ସରକାର ଏଥିରେ ନୂତନ ସଂସ୍କାର ପ୍ରଣୟନ କରି ସାଧାରଣ ଜନତାଙ୍କର ସୁବିଧା ଦୃଷ୍ଟିରୁ ବ୍ଲକ ତଥା ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଅଭିଯୋଗ ଶୁଣାଣୀ ପକୋଷ୍ଠର ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜୟପାଟଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଶିବିରରେ ଜୟପାଟଣା ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ ,ସରପଞ୍ଚ ମୌସୁମୀ ଡଙ୍ଗରି ,ସମିତିସଭ୍ୟl ରଶ୍ମିତା ଦୁରିଆ ,ପିଇଓ ନୀଳାଦ୍ରି ମେହେର ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନର କିପରି ହୋଇପାରିବ ଆଲୋଚନା କରିଥିଲେ । ଏହି ଶିବିର ରେ ସର୍ବମୋଟ ୧୦୧୦ଅଭିଯୋଗ ଦାଖଲ ହୋଇଥିଲା ସେଥିମଧ୍ୟରୁ ୭୬୧ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ପାଇଁ, ୨୪୯ ଅନ୍ୟାନ୍ୟ ଅଭିଯୋଗ ଦାଖଲ ହୋଇଥିବା ଜଣା ପଡ଼ିଛି । ବିଶେଷ କରି ଜୟପାଟଣା ଯୁବ ଜାଗରଣ ସମିତି ଦ୍ୱାରା ୨୧ ଦଫା ଦାବି ସମ୍ବଳିତ ଦାବିପତ୍ର ଆଜି ଶିବିରର ମୁଖ୍ୟ ପରିଚାଳକ ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଏହି ଦାବି ପତ୍ରରେ ଜୟପାଟଣା ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ବିଜୁଳି, ସହରରେ ପାହାଡ଼ ପରି ସ୍ଥାନେ ସ୍ଥାନେ ଜମା ହୋଇଥିବା ଅଳିଆ ଆବର୍ଜନା ସଫେଇର ପରିଚାଳନା,ଚାଷୀ ସମସ୍ୟା, ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ନିମ୍ନ ମାନର ଛତୁଆ ବିରୁଦ୍ଧରେ ଅଭିଯୋଗ ଦିଆ ଯାଇଛି । ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତ୍ୟାବଶ୍ୟକ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି । ଗୋଟିଏ ଦିବାରାତ୍ର ଔଷଧ ବିକ୍ରୟ କେନ୍ଦ୍ରର ବ୍ୟବସ୍ଥା,ବେଆଇନ ବାଲି ଚୋରା ଚାଲାଣକୁ ବନ୍ଦ କରିବା, ଅଣ ଲାଇସେନ୍ସ ପ୍ରାପ୍ତ ମଦ କୋଠି ଗୁଡିକୁ ବନ୍ଦ କରିବା,ଜୟପାଟଣା ସହରରେ ଥିବା ସରକାରୀ ପ୍ଲଟ ଗୁଡିକର ଚିହ୍ନଟ,ଶୌଚାଳୟ ନିର୍ମାଣ ତଥା ଆଡକଟା ପୋଖରୀର ପୁନରୁଦ୍ଧାର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ସମିତି ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଡ଼ିଓ ଶ୍ରୀମତି ପ୍ରଧାନ ଉକ୍ତ ବିଷୟ ଗୁଡିକୁ ଉପସ୍ଥିତ ଅଧିକାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏଦିଗରେ ଶୀଘ୍ର ଆସୁ ପଦକ୍ଷେପ ପାଇଁ ଆଶ୍ୱାସନା ଦେଇଥିଲେ । ଏହି ଅଭିଯୋଗ ପ୍ରକୋଷ୍ଠରେ ଜୟପାଟଣା ଗ୍ରାମ ପଞ୍ଚାୟତର ଶତାଧିକ ଆବାଳ ବୃଦ୍ଧବନିତା ଯୋଗ ଦେଇଥିଲେ । ଯୁବଜାଗରଣ ସମିତିରୁ ବରିଷ୍ଠ ସଦସ୍ୟ ରୁଦ୍ର ପ୍ରସାଦ ପାଣିଗ୍ରାହୀ, ବିଭୁତି ଭୂଷଣ ପାଣିଗ୍ରାହୀ, ଜଗମୋହନ ପଟ୍ଟନାୟକ, ଶୁସିଲ କୁମାର ନାଏକ,ଚିତ୍ରସେନ ବାଗ ପ୍ରମୁଖ ଶିବିରରେ ଅଞ୍ଚଳର ସମସ୍ୟା ବିଷୟରେ ଦୃଷ୍ଟିଆକର୍ଷଣ କରାଇଥିଲେ ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଅନୁଷ୍ଠିତ 

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ” ସ୍ରୋତ” 

Sunil Chandra Nayak

ବାବା ଭୈରବ ୟୁଥ୍ କ୍ଲବ ତରଫରୁ ସଫା କରାଗଲା ଗଛ ମୁଳର ଘାସ

Sunil Chandra Nayak

Leave a Comment

error: Content is protected !!