ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଯ୍ୟଟନ ଋତୁର ସ୍ପର୍ଶ ରେ ଚଳଚଂଚଳ ଡଗରା ବେଳା ଭୂମି

ଲଙ୍ଗଳେଶ୍ଵର 28/11 (ମ ନି ସ ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପହିଲି ପର୍ଯ୍ୟଟନ ଋତୁର ସ୍ପର୍ଶ ରେ ଚଳ ଚଞ୍ଚଳ ହୋଇ ଉଠିଲାଣି। ନିଜର ଆକର୍ଷଣ ଶକ୍ତି ବଳରେ ନିଜ ଆଡକୁ ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ। ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମିର ନୀଳ ଜଳ ରାଶିକୁ ପହିଲି ଶୀତୁଆ ସକାଳ ର ସୁନେଲି ସୂର୍ଯ୍ୟ କିରଣ ପର୍ଯ୍ୟଟକ ମାନଙ୍କୁ ବିମୋହିତ କରୁଛି। ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ରେ ଭଳିକି ଭଳିି ଭାଷା ବାସୀ ଙ୍କ ସହିତ ନିଆରା ଖାଦ୍ୟ ଓ ଭିନ୍ନ ଭିନ୍ନ ଭାଷାର ସଙ୍ଗୀତ ର ତାଳେ ତାଳେ ଯୁବକ ଯୁବତୀଙ୍କ ନୃତ୍ୟ ବେଳା ଭୂମୀ ର ଆକର୍ଷଣ କୁ ଦ୍ୱିଗୁଣିତ କରୁଛି। ଦୂର ଦୁରାନନ୍ତ ର ପର୍ଯ୍ୟଟକ ବେଳାଭୂମିର ଚାରିଚକିଆ ଯାନ ଡ୍ରାଇଭ କରି ମଜା ନେଉଛନ୍ତି। ଏହିସବୁର ଭରପୁର ମଜା ନେବା ପାଇଁ ଓଡ଼ିଶା ସମେତ ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରୁ ଶହ ଶହ ପର୍ଯ୍ୟଟକ ମନ୍ତ୍ର ମୁଗ୍ଧ ପରି ବେଳାଭୂମିକୁ ଆସିବାକୁ ଆରମ୍ଭ କଲେଣି ।ଏମାନଙ୍କୁ ଦେଖି ସ୍ଥାନୀୟ ଦୋକାନୀ ମନେ ବିଭିନ୍ନ ପ୍ରକାରର ଘରକରଣା ଜିନିଷ ଏବଂ ବିଭିନ୍ନ ପ୍ରକାରର ଖେଳନା କଣ୍ଢେଇ ଦୋକାନ ଦେବା ସହିତ ରୋଷେଇ ଉପକରଣ ସାମଗ୍ରୀ ଭଡ଼ାରେ ମିଳୁଥିବାରୁ ଭୋଜି ସହିତ ବେଳାଭୂମି ରେ ବେଶ ମଜା ନେଉଛନ୍ତି ପର୍ଯ୍ୟଟମାନେ।ଏଥି ସହିତ ବିସ୍ତୀର୍ଣ୍ଣ ଝାଉଁ ବଣର ମାନମାତାଣିଆ ଦୃଶ୍ୟ, ପ୍ରକୃତିର ମନୋରମ ପରିବେଶ ସାଂଗକୁ ବିସ୍ତୀର୍ଣ୍ଣ ବେଳା ଭୂମିରେ ବୁଲି ବୁଲି ସେଲଫି ଉଠାଇବାର ମଜା ପର୍ଯ୍ୟଟକ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି । ଏହା ଛଡା ବର୍ଷ ରେ ତିନିଥର ସାମୁହିକ ମେଳା ପର୍ଯ୍ୟଟକଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ। । ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ ଏବଂ ବେଳା ଭୂମି ମହୋତ୍ସବ ରେ ପ୍ରକୃତିର ତାଳେ ତାଳେ ଖୋଲା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ କାହିଁ କେତେ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ଙ୍କ ଭିଡ଼ ଲାଗିଥାଏ। ମାତ୍ର ରାଜ୍ୟ ର ଅନ୍ୟ ବେଳାଭୂମି ପରି ଏହାର ବିକାଶ ହୋଇ ପାରି ନାହିଁ କି ଏହାର ଉନ୍ନତି କରଣ ପାଇଁ ସରକାରୀ ସ୍ତରରେ ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ । ରାସ୍ତାର ସଂପ୍ରସାରଣ, ବେଳା ଭୂମିର ଆଲୋକି କରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ, ସୁରକ୍ଷା ପାଇଁ ପାୱାର ବୋଟ, ରାତ୍ରି ରହଣି ପାଇଁ ପର୍ଯ୍ୟାପ୍ତ ପରିମାଣର ପାନ୍ଥ ଶାଳା ର ଆବଶ୍ୟକ ରହିଛି। ଯଦି ସରକାର ବେଳା ଭୂମିର ଉନ୍ନତି ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତେ ତେବେ ଡଗରା ବେଳା ଭୂମି ବାଲିଆପାଳ ଅଞ୍ଚଳର ଆୟର ମାଧ୍ୟମ ହେବା ସହିତ ଏହା ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ରୂପରେ ପରିଗଣିତ ହୋଇ ପାରନ୍ତା ବୋଲି ବାଲିଆପାଳ ର ବୁଦ୍ଧିଜୀବୀ ମନେ କହନ୍ତି।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରୁପ୍ରା ପିଏଚସି ଅଧିନ ଜନ ଆରୋଗ୍ୟ ସମିତିର ନୂତନ କମିଟି ଗଠନ ଓ ବୈଠକ ଅନୁଷ୍ଠିତ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଚକରା ମକରା

Sunil Chandra Nayak

ଭାଇଚାରାର ନିଦର୍ଶନ ,୨୨୭ ଜଣ ନାଏକ ପରିବାରର ଏକାଠି ନୂଆଁଖାଇ

Sunil Chandra Nayak

Leave a Comment

error: Content is protected !!