ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା /  କୁହୁଡି

    କୁହୁଡି

   

         କବିତା ସାହୁ     

ଆଜିକାଲି ସକାଳ ପ୍ରହରେ 
ସବୁଜ ଦିଶୁନି ଧର
ଡଙ୍ଗର ଶିଖର ଛୁଇଁ ଆସୁନାହିଁ
କଅଁଳ ସୁନ୍ଦର ଖରା
କୁହୁଡିରେ ଘେରା ଚାରିଆଡ 
ଭ୍ରମ ଭସା ବାଦଲର ପରା
୨- କୁହୁଡି ଚାଦର ଘୋଡି ହୋଇଅଛି 
   ସତେ ଅବା ବସୁନ୍ଧରା
କବାଟ ଦେଶରୁ ଚଉଁରା ଦିଶୁନି
ସୂରୁଜ ଲୁଚିଛି ପରା
ବହଳ ବହଳ କୁହୁଡି ଭାସୁଛି
ଦିଶୁନାହିଁ ବାଟ ସାରା। 
୩’ ଗାଆଁରୁ ସହର ବଜାର ବନ୍ଦର
କୁହୁଡି କବଳେ ଭରା
ଯାନବାହାନ ଲାଇଟ୍ ଦିଶୁନି 
ଅଘଟଣ ଘଟେ ପରା
ଅଧିକ କୁହୁଡି ଫସଲ ହାନୀ 
ଆମ୍ବ ବଉଳ ଦିଏ ପୋଡି। 
୪’ ସକାଳ ଭ୍ରମଣ ଅବା ବ୍ଯାୟମ
ଖେଳ ପଡିଆ ଟି ଖାଲି
କୁହୁଡ଼ି ଭରା ଏ ସବୁଜ ସକାଳେ
ସବୁ ଦିଶେ ଝାପସା ଝାପ୍ସା।

     ଜୟପୁର

Related posts

ଗରିବ ଖଟିଖିଆଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରୁଅଛି ସଟାଖେଳ

Sunil Chandra Nayak

କେଲୁଆ ଗ୍ରାମର ମତଦାନ କେନ୍ଦ୍ର ପରିବର୍ତ୍ତନ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

Sunil Chandra Nayak

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!