ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଵକାରୀ ବିଭାଗ ର ଚଢ଼ାଉ : ଜଣେ ଗିରଫ ଓ 1300 ଲିଟର ମଦ ପୋଚ ଓ 140 ଲିଟର ମଦ ନଷ୍ଟ କଲେ

ତେନ୍ତୁଳିଖୁଣ୍ଟି ୩୦/୧୧/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳର କୁରୁମୁଲି ନିକଟସ୍ଥ ଗ୍ରାମ କାଦ ବେଡା ରାସ୍ତାରେ ବାଇକ ସହ ମାଧବ ଗୌଡ଼ ଙ୍କ ଠାରୁ 28 ଲିଟର ମଦ ଜବତ କରିବା ସହ ଗିରଫ କରିଛି ନବରଙ୍ଗପୁର ଅବକାରୀ ପୋଲିସ। ଅବକାରୀ ଥାନା ଓ ଆଇ ସି କମ୍ବୁପାଣି ସିନ୍ଦୁର ଙ୍କ ନେତୃତ୍ୱରେ ଟିମ କୁରମୁଲି ଅଞ୍ଚଳ ରେ ଅଭିନବ ଉପାୟରେ ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣର ପୋଚ ଓ ମଦ ଠାବ କରିବା ସହ ସେ ସବୁ କୁ ନଷ୍ଟ କରିଛି। ପ୍ରାୟ 1300 ଲିଟର ପୋଚ ଓ140ଲିଟର ମଦ ଜଙ୍ଗଲିଆ ବୁଦା ମଧ୍ୟରେ ଲୁଚାଇ ରଖା ଯାଇଥିଲା। ଆଜିର ଚଢ଼ାଉ କୋଡ଼ିଙ୍ଗା ଥାନା ଅଞ୍ଚଳ ର ଭାଟି ଗାଁ ରେ ମଧ୍ୟ କରି 17 ଲିଟର ମଦ ସହ ଜଣକୁ ଗିରଫ କରିଛି ଅବକାରୀ ପୋଲିସ। ଚଢ଼ାଉ ରେ ସୁବ୍ରତ ହୀରଣ ତ୍ରିନାଥ ସୁର,ରିସ୍ମା ସୁନା,ସୁଧାଂଶୁ ବାଘ ,ଚତୁର ଗଣ୍ଡ ,ହୀନ ବଡ଼ ନାୟକ , ଉମେଶ ହରିଜନ ପ୍ରମୁଖ ସାମିଲ ଥିଲେ। ଏଭଳି ଚଢ଼ାଉ ଓ ଜବତ ପରିମାଣ ଅବକାରୀ ବିଭାଗ ର ସକ୍ରିୟତା କୁ ବଢାଇବା ର ଅବଶ୍ୟକତା ରହିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଜ୍ୟ ଭଲିବଲ ରେଫରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ପ୍ରଶଂସା

Sunil Chandra Nayak

ରାୟଗଡାର ପୌରପାଳିକା ଅଧ୍ଯକ୍ଷ ଭାବେ ଦାୟିତ୍ୱ ନେଲେ ନବ ନିର୍ବାଚିତ ପି. ମହେଶ ପର୍ଟ୍ଟନାୟକ

Sunil Chandra Nayak

ବିଜେପି ସରକାର ବିରୋଧ ରେ କଂଗ୍ରେସ୍ ର ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!