ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

ମହାଲକ୍ଷ୍ମୀଙ୍କ  ବାର

 

                            କବିତା ସାହୁ     

ମାସ ମଧ୍ଯେ ଶ୍ରେଷ୍ଠ ଅଟଇ ମାର୍ଗଶିର 
ମାତା ଲକ୍ଷ୍ମୀଙ୍କର ପ୍ରିୟ ଅଟେ ଗୁରୁବାର ।
ଓଡ଼ିଆ ଜାତିର ପରବ ଲକ୍ଷ୍ମୀବ୍ରତ ସାର।
ଧନ ଧାନ୍ଯ ସ୍ବଚ୍ଛ ନିରିମଳ ଦାଣ୍ଡ ଘରଦ୍ବାର ।
ଓଡ଼ିଆ ରମଣୀ ପୁର୍ବ ଦିନ ଲିପା ପୋଛା ସାରି ।
ଅରୁଆ ଚାଉଳ ବାଟି ଦେଇଥାଏ ଝୋଟି ଭରି ।
ଷୋଳକଟା ପଦ୍ମ ସାଥେ ଲକ୍ଷ୍ମୀପାଦ ମନୋହର। 
ଗୁରୁବାର ପ୍ରତ୍ୟୁଷରୁ ସାରେ ସ୍ନାନ କର୍ମ ତାର।
ପିନ୍ଧି ଶୁଳ୍କ ଲୁଗା  ଅଳତା ସିନ୍ଦୁର। 
ଶୁଦ୍ଧ ପବିତ୍ର ମନରେ ପୂଜା କରଇ ସତ୍ବର। 
ନୂଆ ମାଣ କରି ନାନା ଚିତ୍ର ଯେ ବିଚିତ୍ର। 
ଶୁଳ୍କ ଧାନ ଭରି ତହିଁ ଗୁଆ ତିନି ଥୋଇ। 
ହଳଦୀ ଚନ୍ଦନ ସିନ୍ଦୁର  ଦୁବ ଫୁଲ ଦେଇ ।
ନୂଆ କନାରେ ଗେଣ୍ଡୁ ସେବତୀ  ସଜାଇ ।
ଆଖୁ ମୂଳା କଦଳୀ ଯତନେ ରଖଇ।
କଳସ ବସାଇ ଧୂପ ଦୀପରେ ବନ୍ଦାଇ। 
ଫଳମୁଳ ଛେନାଗୁଡ ନୈବେଦ୍ଯ ବାଢଇ। 
ପାଣି ଛଡାଇ ଦିଏ ହୁଳହୁଳି ପକାଇ ।
ଭକ୍ତି ଆରାଧନା ମହାଲକ୍ଷ୍ମୀଙ୍କ ପୟରେ।
ଲକ୍ଷ୍ମୀଙ୍କ ପୁରାଣ ପଢେ ଆନନ୍ଦ ମନରେ।
ତିନି ଧୂପ ହୋଇ ଥାଏ ମାତାଙ୍କ ପାଖରେ।
ଫଳମୁଳ ଛେନା ଗୁଡ ବାଳଭୋଗ ରେ ।
ଖିରି ଖେଚେଡି କାକରା ପୁରି ତରକାରି। 
ମଣ୍ଡା ଆରିଷା ଦହି ଭାତ ସଂଙ୍ଖୁଡି ଭୋଗରେ।
ସଂଧ୍ଯାରେ ଶୁଖିଲା ଭୋଗ ଧୂପ ଦୀପେ ସାରେ। 
ଶରଣ ପଶିଣ ମାତାଙ୍କ ଚରଣ ସୁମରି।
ଗୁରୁଜନେ ସେବା ଭକ୍ତି ଲଘୁଜନେ ସ୍ନେହ। 
ସଦାଚାର ରଖିଥିବ ମନ ହୃଦୟରେ।
ଭେଦଭାବ ନ ରଖିଣ ମନ ଭିତରେ।
କପଟ ଦ୍ବନ୍ଦ ମିଛ ଯେ ଛଳନା ନ କରେ।
ଲକ୍ଷ୍ମୀଙ୍କ କୃପା ରହେ ତା ଠାରେ।
ଧନ ଜନ ଗୋପ ଲକ୍ଷ୍ମୀ ସୁଖ ଶାନ୍ତି ପାଇ।
ବୈକୁଣ୍ଠ ଭୁବନେ ଶେଷରେ ବସଇ।

        ଜୟପୁର

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

Sunil Chandra Nayak

ମୋଟରସାଇକେଲ ଚୋରି, ୨ ଜଣ ଗିରଫ

Sunil Chandra Nayak

ବବି ଜୈନ୍ ଙ୍କ କବିତା #ହାଇକୁ

Sunil Chandra Nayak

Leave a Comment

error: Content is protected !!