ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶୋଇଲେଣି ଠାକୁରାଣୀ

ଶୋଇଲେଣି ଠାକୁରାଣୀ

(ବ୍ୟଙ୍ଗ)
 

  ପ୍ରଶାନ୍ତ କୁମାର ନାଥ

ମାର୍ଗଶିର ମାସ ଗୁରୁବାର ପାଇଁ
     ଘରଣୀ ମୋର ତତ୍ପର
ତିନିଟା ରାତିରୁ ଉଠିଣ ସଅଳେ
     ଘର ଲିପେ ଗୋବରର। 
ସୁଧପୂତ ହୋଇ ସିନାନ ସାରିଲା
     ନଳ କୂପ ପାଣି ଆଣି
ରଙ୍ଗ ମୁରୂଜରେ ରଙ୍ଗାଇଲା ଥୋକେ
     ରଙ୍ଗ ମୂରୁଜକୁ ଵୁଣି। 
ଝୁଟି ଚିତା ଯେତେ ଆଙ୍କିଲା ଯତନେ
    ଅରୁଆ ଆଣରେ ଵସି
ଲକ୍ଷ୍ମୀ ପାଦ ପଦ୍ମ କାଟିଲା ମଣ୍ଡଳ
    ଦିଶୁଥିଲା ପୂର୍ଣ୍ଣ ଶଶୀ। 
ରାତି ନପାହୁଣୁ ପଞ୍ଚାମୃତ ଭୋଗ
    ସାରିଦେଲା ଲକ୍ଷ୍ମୀ ପାଖେ
ଲକ୍ଷ୍ମୀ ଙ୍କ ନାମକୁ ଜପୁଥିଲା ସେହି
     ଅବିରତେ ତା’ର ମୁଖେ। 
ଅରୁଆ ଖେଚୁଡ଼ି ଡାଲମା ଚକୁଳି
     ଆରିସା କାକରା ଖିରି
ତିଆରିଲା ଵସି ପାକଶାଳରେ ସେ
     ପାରୁସକୁ ଦେଲା ଭରି। 
ଧୂପ ଲଗାଇଲା ଦଶଟା ବେଳକୁ
    ଲକ୍ଷ୍ମୀ ଠାକୁରାଣୀ ଭଣି
ଲକ୍ଷ୍ମୀ ପୁରାଣକୁ ସମାପ୍ତ କରିଲା
     ଗୀତରେ ସେ ଗାଇ ପୁଣି। 
ଧୂପ ଦୀପ ଦେଇ ନୈବେଦ୍ୟ ଲଗାଇ
      ସାରିଦେଲା ଲକ୍ଷ୍ମୀ ପୂଜା
ଡକାଇ ସଭିଙ୍କୁ ପରିବାର ଲୋକ
     ଖୁଆଇଲା ଭୋଗ ସଜା। 
ଖୁଆଇ ସାରିଣ ସରାଗେ ସଭିଙ୍କୁ
     ସଜାଇଲା ନିଜ ଶେଜ
କହିଲା ଛୁଆଙ୍କୁ ଠାକୁର ଘରର
     କବାଟ ଝରକା ଵୁଜ। 
ବସିଥିଲି ମୁହଁ କହିଲି ହସିକି
    କାହିଁକି କବାଟ ଵୁଜ
ଶୁଣି କି ଘରଣୀ ହୋଇ ପଦ୍ମାସନୀ
      କହିଲା ଏଡେ ମରଜ। 
ରାତି ତିନିଟାରୁ ଉଠିକି ଧାଉଁଛି
     ଲକ୍ଷ୍ମୀଙ୍କର ପୂଜା ପାଇଁ
ସକାଳୁ ଉଠିକି ବସିକି ରହିଛ
     ଖାଲି ଖାଇବାକୁ ଚାହିଁ। 
ମୁଁ କହିଲି ହସି ଭୋଗ ତ ସରିଲା
     ଯା ଶୋଇବ ମୋ ଘରଣୀ
ପହଡ଼ ଟାଇମ୍ ହୋଇଅଛି ଏଵେ
      ଶୋଇଲେଣି ଠାକୁରାଣୀ।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି ରାଜନଗର କେନ୍ଦ୍ରାପଡ଼ା

Related posts

ରାଷ୍ଟ୍ରୀୟ କଳା ମଞ୍ଚ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ  

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!