ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ଲକ୍ଷ୍ମୀ ପୂଜା ବା ଲକ୍ଷ୍ମୀ ସୁଆଙ୍ଗ ନାଟକ ଗୁରୁବାର ଉଦଯାପିତ ହୋଇଯାଇଛି l ଚଳିତ ବର୍ଷ ଏହି ଅନୁଷ୍ଠାନ ଦ୍ବିତୀୟ ସଂକଳ୍ପ ର ନବମ ବର୍ଷରେ ପଦାର୍ପଣ କରିଛି l ଅନୁଷ୍ଠାନର ନାଟ୍ୟଗୁରୁ କୃଷ୍ଣଚନ୍ଦ୍ର ରଣାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ନାଟକ ସମୁଦ୍ର ମନ୍ଥନ, ଲକ୍ଷ୍ମୀ ସ୍ଵୟଂମ୍ବର, ଲକ୍ଷ୍ମୀ ବିବାହ, ଚାଣ୍ଡାଳୁଣୀଙ୍କ ଲକ୍ଷ୍ମୀ ପୂଜା ନାଟକ ଗୁଡ଼ିକ ରାତ୍ରୀରେ ମଞ୍ଚସ୍ଥ ହୋଇଥିଲା l ଗୁରୁବାର ତୃତୀୟ ପାଳି ଓ ଚତୁର୍ଥ ପାଳିରେ ହୋଇଥିବା ଏହି ସୁଆଙ୍ଗ ନାଟକରେ ବରୁଣ ରାଜା ଭୂମିକାରେ- ଛନ୍ଦା ଚରଣ ରଣା, ଲକ୍ଷ୍ମୀ ଭୂମିକାରେ- ନିତ୍ୟାନନ୍ଦ ରଣା, ଜଗନ୍ନାଥ ଭୂମିକାରେ- ପୂର୍ଣ୍ଣଚନ୍ଦ୍ର ରଣା, ବଳରାମ ଭୂମିକାରେ- ଇଲୁ ରଣା, ଚାଣ୍ଡାଳୁଣୀ ଭୂମିକାରେ- ତପୋବନ୍ତ ରଣା, ମୃଦଙ୍ଗ ବାଦକ ଭାବରେ ଦୁର୍ବାସା ରଣାଙ୍କ ସମେତ ବହୁ କଳାକାର ଅଭିନୟ କରିଥିଲେ l ଏଥିରେ ଅନୁଷ୍ଠାନର ହୃଷୀକେଶ ରଣା କର୍ତ୍ତା ରହିଥିବା ବେଳେ ପୂଜକ ଭାବେ ଗିରିଶ ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ତୁଳାଇ ଥିଲେ l ଅନୁଷ୍ଠାନ ର ସଭାପତି ଘନଶ୍ୟାମ ରଣା ଓ ସମ୍ପାଦକ ନାଥ ରଣାଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡା ରୁ ସୁଶାନ୍ତ ରଣାଙ୍କ ରିପୋର୍ଟ 

Related posts

ଛାତ୍ର ଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣା, ଅଭିଯୁକ୍ତ ଶିକ୍ଷକ ଚାକିରୀ ରୁ ନିଲମ୍ବିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶ୍ରୀ ସିଦ୍ଧ ବଳଦେବଜୀଉ

Sunil Chandra Nayak

ଧର୍ମ ରାଜ ପ୍ରଧାନ ଙ୍କ କବିତା – କବି

Sunil Chandra Nayak

Leave a Comment

error: Content is protected !!